fbpx

ଘରେ ପଶିଗଲା ବାଘ, ଲୋକେ ଚିଲ୍ଲେଇବାରୁ କଲା ଏପରି..

ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓରେ ଗୋଟିଏ ବାଘ ଅଚାନକ୍ ଘର ଭିତରେ ପ୍ରବେଶ କରୁଛି । ଏହାକୁ ଦେଖି ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହେବା ସହ ଗାଁରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଭିଡିଓଟିକୁ ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି, ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି ।

ତେବେ ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାଘଟି ଲୋକଙ୍କ ଚିକ୍ରାର ଶୁଣି ଗୋଟିଏ ଘରୁ ବାହାରି ଆଉ ଏକ ଘରେ ପ୍ରବେଶ କରୁଛି । ଅନ୍ୟପଟେ ଏହା ଦେଖି ଲୋକମାନେ ଭୟରେ ଦୌଡିପଳାଉଛନ୍ତି । ଉପଭୋକ୍ତାମାନେ ଏହି ଭିଡିଓକୁ ପୁରୁଣା ବୋଲି କହିଥିବା ବେଳେ ସୁଶାନ୍ତ ଏହାକୁ ଆଜି ସକାଳେ ହିଁ ପୋଷ୍ଟ କରିଛନ୍ତି । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି ଯେ, ଆମେ ସିଂହ ଯୋଗୁଁ ଚିନ୍ତିତ ଥିବା ବେଳେ ଏବେ ବାଘ ବି ହଇରାଣ କରିବାରେ ଲାଗିଲାଣି ।

Get real time updates directly on you device, subscribe now.