ଓଡିଶା ଭାସ୍କର: ଆଜିର ଦିନରେ ୫୫ ବର୍ଷ ପୂର୍ବେ ୧୯୬୯ ମସିହାରେ ପ୍ରଥମଥର ମଣିଷ ଚନ୍ଦ୍ରରେ ପାଦ ଥାପିଥିଲା । ଆପୋଲୋ-୧୧ ଜୁଲାଇ ୨୦ ତାରିଖରେ ଚନ୍ଦ୍ରପୃଷ୍ଠରେ ନିଜର ପାଦ ରଖିଥିଲା । ଅନ୍ତରୀକ୍ଷ ଯାତ୍ରୀ ନୀଲ ଆର୍ମଷ୍ଟ୍ରାଙ୍ଗ ପ୍ରଥମ ମଣିଷ ଭାବେ ସେଠି ପାଦ ଥାପିଥିଲେ । ତେବେ ଆପଣ ଜାଣନ୍ତି କି ଚନ୍ଦ୍ରର ନାମ ମୁନ(moon) କାହିଁକି ହୋଇଛି ।
ପ୍ରକାଶଥାଉ ଯେ, ୧୬ ଜୁଲାଇ ୧୯୬୯ ମସିହାରେ ମିଶନ ମୁନ (moon) ଆପୋଲୋ-୧୧ ଯାନ ୩ ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଧରି ଚନ୍ଦ୍ରପୃଷ୍ଠରେ ପାଦ ରଖିଥିଲା । ୨୦ ଜୁଲାଇ ୧୯୬୯ ମସିହାରେ ଇତିହାସ ରଚି ନୀଲ ଆର୍ମଷ୍ଟ୍ରାଙ୍ଗ ଓ ତାଙ୍କ ସାଥି ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ । ସେହିଦିନ ସନ୍ଧ୍ୟା ୪ ଟା ୧୮ ମିନିଟରେ ତାଙ୍କ ଯାନ ସେଠି ଅବତରଣ କରିଥିଲା । ଚନ୍ଦ୍ରରେ ପହଞ୍ଚିବାର ପ୍ରାୟ ୫ ଘଣ୍ଟା ପରେ ରାତି ପ୍ରାୟ ୧୦ ଟା ୩୯ ମିନିଟରେ ଅନ୍ତରୀକ୍ଷ ଯାତ୍ରୀ ନୀଲ ଆର୍ମଷ୍ଟ୍ରାଙ୍ଗ ଚନ୍ଦ୍ରରେ ପ୍ରଥମ ବ୍ୟକ୍ତି ଭାବରେ ପାଦ ରଖିଥିଲେ । ଏହାପରେ ତାଙ୍କ ସାଥିଙ୍କ ନାମ ଆସେ ।
ଭାରତରେ ଚନ୍ଦ୍ରକୁ ଧାର୍ମିକ ଦୃଷ୍ଟିକୋଣରୁ ମଧ୍ୟ ଦେଖନ୍ତି ଓ ଭିନ୍ନ ଭିନ୍ନ ପର୍ବପର୍ବାଣୀରେ ଏହାର ପୂଜାର୍ଚ୍ଚନା କରନ୍ତି । ତେବେ ଚନ୍ଦ୍ରମାକୁ ମୁନ(moon) କହନ୍ତି । ଏହା ମୂଳତଃ ଏକ ପ୍ରୋଟୋ-ଜର୍ମନିକ ଶବ୍ଦ । ବହୁବର୍ଷ ପୂର୍ବେ ଏହି ଶବ୍ଦ ଉତ୍ତର-ୟୁରୋପରେ ବ୍ୟବହୃତ ହେଉଥିଲା । ନାସାର ଚନ୍ଦ୍ର ବିଜ୍ଞାନ ୱେବସାଇଟ ଅନୁସାରେ, ଗୈଲୀଲିଓ ୧୬୧୦ ଶତାବ୍ଦୀରେ ଏହା ଖୋଜି ନ ଥିଲେ ଯେ, ବୃହସ୍ପତି ଏକ ଗ୍ରହ ଅଟେ । ସେହି ସମୟରେ ଚନ୍ଦ୍ରମା ହିଁ ଏକମାତ୍ର ଚନ୍ଦ୍ରମା ଥିଲା, ଯାହାର ଅସ୍ତିତ୍ୱ ଥିଲା । ପରେ ଅନେକ ଗ୍ରହର ସନ୍ଧାନ ହେଲା । ଯାହାଦ୍ୱାରା ଲୋକମାନଙ୍କ ମଧ୍ୟରେ ଚନ୍ଦ୍ରକୁ ନେଇ ଭ୍ରମ ସୃଷ୍ଟି ହେଲା । ଫଳରେ ଏହାକୁ ନାମକରଣ କରାଗଲା । ଚନ୍ଦ୍ରକୁ ସେବେଠୁ ‘ଦି ମୁନ’(the moon) କୁହାଗଲା ।
କହିରଖୁ, ଲୋକେ ଅନ୍ୟ ଗ୍ରହକୁ ବି ଚନ୍ଦ୍ରମା ବୋଲି କହନ୍ତି । କାରଣ ଚନ୍ଦ୍ର ଯେମିତି ପୃଥିବୀର ପରିକ୍ରମା କରେ , ଠିକ ସେମିତି ଅନ୍ୟ ଗ୍ରହମାନେ ବି ପରିକ୍ରମା କରନ୍ତି । ବୃହସ୍ପତିର ୬୪ ଚନ୍ଦ୍ରମା ଥିବା ଗୈଲୀଲିଓ ସନ୍ଧାନ କରିଥିଲେ । ସେଥିରୁ ସବୁଠୁ ୪ ଟି ବଡ ଚନ୍ଦ୍ରମା ଥିଲେ ଆୟୋ, ୟୁରୋପା, ଗୈନିମିଟ ଓ କୈଲିଷ୍ଟୋ ।