fbpx

କାର୍ଯ୍ୟ ଦିବସ ୧୪ ଘଣ୍ଟାକୁ ବୃଦ୍ଧି ପାଇଁ କର୍ଣ୍ଣାଟକ ଆଇଟି କମ୍ପାନୀମାନଙ୍କ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଗଲା: ପ୍ରସ୍ତାବ ଖାରଜ କରିବାକୁ କର୍ମଚାରୀ ସଂଘର ଦାବି

ନୂଆଦିଲ୍ଲୀ: କାର୍ଯ୍ୟଦିବସକୁ ୧୪ ଘଣ୍ଟାକୁ ବୃଦ୍ଧି ପାଇଁ ଆଇଟି କମ୍ପାନୀମାନଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ଶପସ୍ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ସଂଶୋଧନ କରିବାକୁ ଆଇଟି କମ୍ପାନୀମାନେ କର୍ଣ୍ଣାଟକ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ତେବେ ଏହି ପ୍ରସ୍ତାବକୁ ନେଇ କର୍ମଚାରୀମାନଙ୍କ ପକ୍ଷରୁ କଡ଼ା ବିରୋଧ କରାଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ କର୍ମଚାରୀଙ୍କର କାର୍ଯ୍ୟ ଦିବସ ୧୨ ଘଣ୍ଟା ରହିଥିବା ବେଳେ ଆଇନରେ ସଂଶୋଧନ କରି ତାହାକୁ ୧୪ ଘଣ୍ଟାକୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ଦିଆଯାଇଛି । ଏହା ଅମାନବୀୟ କାର୍ଯ୍ୟ ବୋଲି କର୍ମଚାରୀ ସଂଘ ପକ୍ଷରୁ କୁହାଯିବା ସହ ସରକାର ଏହାକୁ ରିଜେକ୍ଟ କରିବାକୁ ଦାବି ହୋଇଛି ।

କର୍ମଚାରୀଙ୍କ କାର୍ଯ୍ୟ ଦିବସ ୧୪ ଘଣ୍ଟାକୁ ବୃଦ୍ଧି କରିବାକୁ ଆଇଟି ଫାର୍ମମାନଙ୍କ ପକ୍ଷରୁ ଦାବି କରାଯାଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏହି ପ୍ରସ୍ତାବକୁ ନେଇ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି । ଏହା ଅମାନବୀୟ କାର୍ଯ୍ୟ ବୋଲି କର୍ମଚାରୀଙ୍କ ପକ୍ଷରୁ କୁହାଯାଇଛି । ତେବେ କର୍ଣ୍ଣାଟକ ଶପସ୍ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ, ୧୯୬୧ରେ ରାଜ୍ୟ ସରକାର ସଂଶୋଧନ କରିବେ ବୋଲି କୁହାଯାଉଛି । ଉକ୍ତ ସଂଶୋଧନରେ ସେମାନଙ୍କର ପ୍ରସ୍ତାବ ସାମିଲ ହେଉ ବୋଲି ଆଇଟି କମ୍ପାନୀମାନେ ଚାହୁଁଛନ୍ତି । ୧୨ ଘଣ୍ଟା ସହିତ ଦୁଇ ଘଣ୍ଟା ଓଭରଟାଇମ୍ ମିଶି ଏପରି ଭାବେ ମୋଟ ୧୪ ଘଣ୍ଟା କାର୍ଯ୍ୟ ଦିବସ କରିବାକୁ କମ୍ପାନୀମାନେ ଦାବି କରିଛନ୍ତି ।

ବର୍ତ୍ତମାନ ସମୟରେ, କର୍ମଚାରୀମାନେ ୧୦ ଘଣ୍ଟା ସହିତ ୨ ଘଣ୍ଟାର ଓଭରଟାଇମ୍ କରି ମୋଟ ୧୨ ଘଣ୍ଟା କାର୍ଯ୍ୟ କରିବା ନେଇ ଆଇନ ରହିଛି । ଆଇଟି ସେକ୍ଟରର ନୂଆ ପ୍ରସ୍ତାବ ଅନୁସାରେ, ଆଟି / ଆଇଟିଇଏସ/ ବିପିଓ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନେ ୧୨ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିବେ । କର୍ମଚାରୀମାନେ କ୍ରମାଗତ ୩ ମାସ ପର୍ଯ୍ୟନ୍ତ ୧୨୫ ଘଣ୍ଟାରୁ ଅଧିକ ସମୟ ଧରି କାର୍ଯ୍ୟ କରିବେ ନାହିଁ । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଏକ ପ୍ରାରମ୍ଭିକ ବୈଠକ କରିଥିବା ବେଳେ ଏନେଇ ଖୁବଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି । ଏହି ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଆଲୋଚନା ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.