ଓଡିଶା ଭାସ୍କର: ରନ ମେସିନ କିଙ୍ଗ କୋହଲିଙ୍କ ଶେଷଥର ପାଇଁ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପର ଫାଇନାଲରେ ଦେଖାଯାଇଥିଲା । ବର୍ତ୍ତମାନ କୋହଲି ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳ ସହ ଯୋଗଦେବେ । ଫ୍ୟାନ୍ସ ମଧ୍ୟ ତାଙ୍କଠୁ ଶତକର ଆଶା ବାନ୍ଧି ରଖିଛନ୍ତି । ସେ କେବଳ ଦିନିକିଆ ଓ ଟେଷ୍ଟ ଖେଳିବେ । ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟରୁ ବିରାଟ ବିଦାୟ ନେଇ ସାରିଛନ୍ତି ।
କହିରଖୁ, ବିରାଟ କୋହଲି ଛୋଟ ସମୟରୁ ହିଁ ମଜାଳିଆ ବ୍ୟକ୍ତିତ୍ୱ ଭାବରେ ପରିଚିତ । ପଡିଆରେ ମଧ୍ୟ ଅନେକଥର ତାଙ୍କୁ ମଜା କରୁଥିବାର ଦେଖି ଫ୍ୟାନ୍ସ ଖୁସି ହୋଇ ଥାଆନ୍ତି । ବିରାଟଙ୍କ ସହ ଜଡିତ ଏଭଳି ଏକ ଘଟଣା ହେଉଛି, ସେ ଛୋଟ ସମୟରେ ନିଜ ଭଉଣୀଙ୍କଠୁ ବହୁତ ମାଡ ଖାଉଥିଲେ । ଯାହାର ଖୁଲାସା କରିଛନ୍ତି ନିଜେ କ୍ରିକେଟ କିଙ୍ଗ । ଫୁଟବଲ ଷ୍ଟାର ସୁନିଲ ଛେତ୍ରୀଙ୍କ ସହ କଥା ହେବା ସମୟରେ ସେ ଏହା ଉପରେ କହିଛନ୍ତି । ଭାରତର ଏହି ଷ୍ଟାର କ୍ରିକେଟର ନିଜ ଭଉଣୀକୁ ‘ତୁ’ କହିକି ଡାକୁଥିଲେ । ଫଳରେ ସେ ତାଙ୍କ ଭଉଣୀଙ୍କଠୁ ମାଡ ଖାଉଥିଲେ ।
ଦିନେ କୋହଲିଙ୍କ ଭଉଣୀ ବିରାଟଙ୍କୁ ଶକ୍ତ ଚାପୁଡା ଲଗାଇଥିଲେ । ସେହିନ ସେ ବହୁତ ରାଗି ଯାଇଥିଲେ । ଫଳରେ ବିରାଟ ତାଙ୍କୁ ‘ତୁ’ ସମ୍ବୋଧନ କରି ବା ବନ୍ଦ କରି ଦେଇଥିଲେ । କହିରଖୁ, ବିରାଟ କୋହଲିଙ୍କ ବଡ ଭଉଣୀଙ୍କ ନାମ ଭାବନା କୋହଲି ଡିଙ୍ଗରା । ସେ ବ୍ୟବସାୟୀ ସଞ୍ଜୟ ଡିଙ୍ଗରାଙ୍କୁ ବିବାହ କରିଛନ୍ତି । ତାଙ୍କର ୨ ଟି ସନ୍ତାନ ରହିଛନ୍ତି । ଭାବନାଙ୍କ ଝିଅଙ୍କ ନାମ ମହକ ଓ ତାଙ୍କ ପୁଅଙ୍କ ନାମ ଆୟୁଷ ଅଟେ । ଇନଷ୍ଟାଗ୍ରାମରେ ତାଙ୍କୁ ୨ ଲକ୍ଷରୁ ଅଧିକ ଲୋକ ଫଲୋ କରନ୍ତି ।