fbpx

(Video) ପୁଣି ଫେରିଲା ମାସ୍କ, ବଢିଲା କଟକଣା: ଦ୍ରୁତ ଗତିରେ ବ୍ୟାପୁଛି ଭାଇରସ୍, ସଂକ୍ରମଣ ରୋକିବାକୁ ପ୍ରୟାସ

ନୂଆଦିଲ୍ଲୀ: ସାରା ଦେଶ ପାଇଁ ପୁଣିଥରେ କରୋନାକୁ ନେଇ ଭୟ ଦେଖାଦେଇଛି । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ତେବେ ଏହା ଭିତରେ ପୁଣି ଥରେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ ଘରୁ ବାହାରିବାକୁ ବାରଣ କରିଛି ପ୍ରଶାସନ । ନିପା ଭଇରସରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ନିୟମର ଅବମାନନା କଲେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ଚେତାବନୀ ଜାରି କରିଛି । ଖୁଶୀଘ୍ର ନିପା ଭାଇରସକୁ ହରାଇବା ପାଇଁ ପ୍ରସ୍ତୁତ ହୋଇପାରେ ।

କେରଳରେ ପୁଣିଥରେ ନିପା ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି । ମାଲାପୁରମ ଅଞ୍ଚରେ ୧୪ ବର୍ଷର ଜଣେ ନାବାଳକ ଚିହ୍ନଟ ହୋଇଥିବା ବେଳେ ଏହାପରେ ସାରା ରାଜ୍ୟରେ ଆଲର୍ଟ କରାଯାଇଛି । ଏହି ମାମଲା ଚିହ୍ନଟ ହେବା ପରେ ମାଲପୁରମରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ଥାନରୁ ୩ କି.ମି ବ୍ୟାସାର୍ଦ୍ଧ ମଧ୍ୟରେ ସମସ୍ତ କଟକଣା ଜାରି କରିବା ନିଷ୍ପତ୍ତି ନିଆଯାଇଛି । ତେବେ ସଂକ୍ରମିତ ନାବାଳକ ବର୍ତ୍ତମାନ ଭେଣ୍ଟିଲେଟରରେ ରହିଥିବା ଜାଣିବାକୁ ମିଳିଛି ।

ମାଲପୁରମରେ ଏହି ଭାଇରସ୍ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏକ ଉଚ୍ଚସ୍ତରୀୟ ବୈଠକ କରି ଏହା ଉପରେ ଆଲୋଚନା କରିଛନ୍ତି । ଭାଇରସ୍ ଏବଂ ଏହାର ସଂକ୍ରମଣକୁ ରୋକିବା ପାଇଁ କେଉଁ ପଦକ୍ଷେପ ନିଆଯିବ, ଏହି ବୈଠକରେ ସେ ନେଇ ଆଲୋଚନା ହୋଇଛି । ତେବେ ଏହି ବୈଠକରେ ପରେମାଲପୁରମରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସଂକ୍ରମିତ ନାବାଳକର ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ନମୂନା କରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସଂକ୍ରମଣ ପରେ ମଧ୍ୟ ବାଦୁଡ଼ିଙ୍କ ବାସସ୍ଥାନକୁ ଭାଙ୍ଗିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ବାରଣ କରିଛନ୍ତି । ଏହାବ୍ୟତୀତ ପକ୍ଷୀ ଖଣ୍ଡିଆ କରିଥିବା ଫଳ ଖାଇବା ପାଇଁ ମଧ୍ୟ ମନା ହୋଇଛି ।

Get real time updates directly on you device, subscribe now.