fbpx

ଚାଲିବନି FaceBook କି Whatsapp… ଇଣ୍ଟରନେଟ୍ ଉପରେ ଲାଗିଲା ବ୍ୟାନ୍: ଆଲର୍ଟ ମୋଡରେ ପ୍ରଶାସନ

ନୂଆଦିଲ୍ଲୀ: ଇଣ୍ଟରନେଟ ସେବା ବନ୍ଦ, ଫେସବୁକ୍-ହ୍ୱାଟ୍ସଆପ୍ ସବୁ ବନ୍ଦ । ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବେ ଆଲର୍ଟ ମୋଡରେ ରହିଛି । ତେଣୁ ଗୋଟିଏ ଦିନ ପାଇଁ ସମସ୍ତ ଇଣ୍ଟରନେଟ ସେବା ବନ୍ଦ ରଖିଛନ୍ତି ହରିୟାଣା ସରକାର । ରାଜ୍ୟର ହିଂସା ପ୍ରଭାବିତ ନୁଁହରେ ଆଜି ସନ୍ଧ୍ୟା ୬ଟାରୁ ଆସନ୍ତା କାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ଏହି ସମୟରେ ଫେସବୁକ ଏବଂ ହ୍ୱାଟ୍ସଆପ୍ ସମେତ ସମସ୍ତ ସୋସିଆଲ ମିଡିଆ ମଧ୍ୟ ପ୍ରଭାବିତ ହେବ ।

ସୂଚନା ଅନୁସାରେ, ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରାକୁ ନେଇ ଏଥର ଇଣ୍ଟରନେଟ ସେବା ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ଏଠାରେ ଦଙ୍ଗା ସୃଷ୍ଟି ହୋଇଥିବା ବେଳେ ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ତେଣୁ ଚଳିତବର୍ଷ ପ୍ରଶାସନ ଆଲର୍ଟ ମୋଡରେ ରହିଛି । ସେହିପରି ସ୍ଥାନୀୟ ପୋଲିସ ଅଧୀକ୍ଷକ ବିଜୟ ପ୍ରତାପ ସିଂହ ଜଳାଭିଷେଖ ସମୟରେ ଭାରୀ ଯାନ ଚାଳକଙ୍କ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।

୧- ଅଲୱରରୁ ସୋହନା/ଗୁରୁଗ୍ରାମ ପର୍ଯ୍ୟନ୍ତ ଯିବାକୁ ଚାହୁଁଥିଲେ, ଭାରୀଯାନ ଫିରୋଜପୁର ଝିରକାର ଆମ୍ବେଦକର ଛକ-ମୁମ୍ବାଇ ଏକ୍ସପେସ-ୱେରୁ କେ.ଏମପି ରେୱାସନ୍ ଦେଇ ସୋହନା ଗୁରୁଗ୍ରାମ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

୨- ଯେଉଁ ଭାରୀ ବାହନଗୁଡ଼ିକୁ ସୋହନା/ଗୁରୁଗ୍ରାମରୁ ଅଲୱର ଯିବାକୁ ଚାହୁଁଥିଲେ, କେ.ଏମପି ରେୱାସନ୍- ମୁମ୍ବାଇ ଏକ୍ସପେସ-ୱେରୁ ଆମ୍ବେଦକର ଛକ ଦେଇ ଫିରୋଜପୁର ଝିରକାରୁ ଅଲୱରକୁ ଯାଇପାରିବେ ।

୩- ଭାରୀ ଯାନ ଯାହା ତାୱାଡୁରୁ ଅଲୱାର ଆଡକୁ ଯିବାକୁ ପଡିବ କେ.ଏମ.ପି ରେୱାସାନରୁ, ଆମ୍ବେଦକର ଚକ୍, ଫିରୋଜପୁର ଝିର୍କା ଦେଇ ମୁମ୍ବାଇ ଏକ୍ସପ୍ରେସୱେ ଦେଇ ଅଲୱାର ଆଡକୁ ଯାଆନ୍ତୁ ଜ୍ଝ ,ହାବ୍ୟତୀତ ଆହୁରି ଅନେକ ରୁଟରେ ମଧ୍ୟ ଯାତାୟତ ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି ।

Get real time updates directly on you device, subscribe now.