Paris olympics 2024: ପ୍ୟାରିସ ଅଲମ୍ପିକ୍ସ ପୂର୍ବରୁ ବିସିସିଆଇର ବଡ ଫଇସଲା, ଭାରତୀୟ ଆଥଲେଟଙ୍କୁ ଦେବ ୮.୫ କୋଟି

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସ ୨୬ ଜୁଲାଇରେ ଶୁଭାରମ୍ଭ ହେବ । ଖେଳର ମହାକୁମ୍ଭରେ ଲଢିବେ ମୋଟ ୧୦ ହଜାର ପ୍ରତିଯୋଗୀ । ଭାରତ ମଧ୍ୟ ଏଥିରେ ଭାଗ ନେଇ ସାରା ବିଶ୍ୱରେ ନିଜର ତ୍ରିରଙ୍ଗା ଲହରାଇବା ପାଇଁ ପ୍ରସ୍ତୁତ । ଦିନ କେଇଟା ପରେ ଜଣା ପଡିବ ଭାରତର କିଏ ହେବ ସ୍ୱର୍ଣ୍ଣ ବିଜେତା, କାହକୁ ମିଳିବ ରୌପ୍ୟ ଓ କିଏ ସନ୍ତ୍‌ୁଷ୍ଟ ରହିବ କାଂସ୍ୟରେ ।

ପ୍ୟାରିସ ଅଲମ୍ପିକ୍ସ ଆରମ୍ଭ ହେବାର କେତେ ଦିନ ପୂର୍ବରୁ ବିସିସିଆଇ ମାନେ ଭାରତୀୟ କ୍ରିକେଟ ପରିଷଦ ଏକ ବଡ ଘୋଷଣା କରିଛି । ବିସିସିଆଇ ସଚିବ ଜୟଶାହ ଭାରତୀୟ ଆଥଲେଟଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ପ୍ରାୟ ୮.୫ କୋଟି ଦେବାକୁ ଘୋଷଣା କରିଛନ୍ତି । ବୋର୍ଡ ଏହି ରାଶି ଇଣ୍ଡିଆନ ଅଲମ୍ପିକ୍ସ ଆସୋସିଏସନକୁ ପ୍ରଦାନ କରିବ । ଜୟଶାହ ସୋସିଆନ ମିଡିଆରେ ଏହା ଜଣାଇଛନ୍ତି ।

ପ୍ୟାରିସ ଅଲମ୍ପିକ୍ସରେ ଭାରତରୁ ମୋଟ ୧୧୭ ପ୍ରତିଯୋଗୀ ଭାଗ ନେଉଛନ୍ତି । ଏଥିରେ ୭୦ ଜଣ ପୁରୁଷ ଓ ୪୭ ଜଣ ମହିଳା ସାମିଲ ରହିଛନ୍ତି । ଯଦିଓ ଅଲମ୍ପିକ୍ସ ଓପଚାରିକତା ୨୬ ଜୁଲାଇରୁ ଆରମ୍ଭ ହେବ, କିନ୍ତୁ ଭାରତୀୟ ଆଥଲେଟଙ୍କ ପ୍ରଥମ ମୁକାବିଲା ୨୫ ଜୁଲାଇରୁ ହିଁ ଖେଳାଯିବ । ଜୟଶାହ ତାହା ପୂର୍ବରୁ ଏହି ଘୋଷଣା କରି କହିଛନ୍ତି ଯେ, ବିସିସିଆଇ ଭାରତୀୟଙ୍କ ସହ ଅଲମ୍ପିକ୍ସରେ ସାମିଲ ହୋଇ ତଥା ସମର୍ଥନ କରି ପାରିଥିବାରୁ ସେମାନେ ବେଶ୍ ଖୁସି ଅଛନ୍ତି । ଭାରତ ପଦକ ସଂଖ୍ୟା ଏଥର ଅଲମ୍ପିକ୍ସରେ ଗତ ଅଲମ୍ପିକ୍ସଠୁ ବେଶୀ ରହିବ ବୋଲି ପ୍ରଶଂସକ ଓ କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।

Get real time updates directly on you device, subscribe now.