fbpx

ଉଦ୍ଧବ ଠାକରେ ଔରଙ୍ଗଜେବ ଫ୍ୟାନ କ୍ଲବର ନେତା: ଅମିତଶାହ

ଓଡିଶା ଭାସ୍କର: କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତଶାହ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଛନ୍ତି । ସେ ତାଙ୍କୁ କହିଛନ୍ତି, “ଔରଙ୍ଗଜେବ ଫ୍ୟାନ କ୍ଲବର ନେତା ଅଟନ୍ତି ଉଦ୍ଧବ” । ପୁଣେର ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ଗୃହମନ୍ତ୍ରୀ ଏହା କହିଛନ୍ତି । ଏହାବାଦ ଔରଙ୍ଗଜେବ ଫ୍ୟାନ କ୍ଲବ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରି ପାରିବ ନାହିଁ ବୋଲି ଅମିତଶାହ କଟାକ୍ଷ କରିଛନ୍ତି ।

ନିଜକୁ ବାଳାସୋହେବଙ୍କ ଉତ୍ତରରାଧିକାରୀ କହୁଥିବା ଉଦ୍ଧବ ସେମାନଙ୍କ ସହ ବସିଛନ୍ତି ଯେଉଁମାନେ କସାବଙ୍କୁ ବିରିୟାନୀ ଖୁଆଇଥିଲେ । ତାହାସହ ଉଦ୍ଧବ ଠାକରେ ପିଏଫଆଇ (PFI) ଙ୍କୁ ସମର୍ଥନ କରୁଥିବା ଲୋକଙ୍କ କୋଳରେ ବସିଛନ୍ତି ବୋଲି ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜଣାଇଛନ୍ତି । କେବଳ ଭାରତୀୟ ଜନତା ପାର୍ଟି ହିଁ ଦେଶକୁ ସୁରକ୍ଷିତ ରଖି ପାରିବ ବୋଲି ଅମିତ ଶାହ ଦୃଢତାର ସହ କହିଛନ୍ତି ।

ଏହା ପ୍ରଥମଥର ନୁହେଁ ଯେ ସାର୍ବଜନୀନ ଭାବରେ ଅମିତ ଶାହ ଶିବସେନା (ୟୁବିଟି)ଙ୍କ ପ୍ରମୁଖ ଉପରେ ନିଶାଣ ସାଧିଛନ୍ତି । ଏହାପୂର୍ବରୁ ମଧ୍ୟ ସେ ଲୋକସଭା ନିର୍ବାଚନ ସମୟରେ ତାଙ୍କୁ ଟାର୍ଗେଟ କରିଥିଲେ । ଉଦ୍ଧବ, ସତ୍ତା ପାଇବା ପାଇଁ ହିଁ ଶିବସେନାର ବିଚାରଧାରା ଛାଡିଛନ୍ତି ବୋଲି ଅମିତ କହିଥିଲେ । କଂଗ୍ରେସ ଆତଙ୍କବାଦୀ କସାବଙ୍କ ଭଳି ଲୋକଙ୍କୁ ସମର୍ଥନ କରେ । ଉଦ୍ଧବ ମଧ୍ୟ ସେମାନଙ୍କ ସହ ଏକ ପୃଷ୍ଠରେ ରହିଛନ୍ତି ବୋଲି ମଧ୍ୟ ଅମିତ ଶାହ କହିଛନ୍ତି । ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପିକୁ ଶକ୍ତା ଧକ୍କା ଲାଗିବା ପରେ ଅମିତଙ୍କ ଏହା ପ୍ରଥମ ମହାରାଷ୍ଟ୍ର ଗସ୍ତ ଅଟେ ।

Get real time updates directly on you device, subscribe now.