ବିଜେଡି ନେତାଙ୍କୁ ଦାୟିତ୍ୱ ବଣ୍ଟନ: ୧୬ ଜଣ ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା କଲେ ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ କ୍ଷମତାରୁ ବଞ୍ଚିତ ହୋଇଥିଲା ବିଜେଡି । ରାଜ୍ୟରେ ଏବେ ବିଜେପି ସରକାରରେ ଥିବାବେଳେ ବିଜେଡି ବିରୋଧୀ ଦଳ ଆସନରେ ବସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଧାନସଭାର ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଉଛନ୍ତି । ତେବେ ନିର୍ବାଚନରେ ପରାଜୟ ପରେ ନିକଟରେ ପ୍ରଥମ ଥର ପାଇଁ ବିଧାୟକଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରିଥିଲେ । ରାଜା ସ୍ୱାଇଁଙ୍କୁ ରାଜସ୍ୱ ବିଭାଗ, ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଥିଲା ।

ତେବେ ଏହା ମଧ୍ୟରେ ବିଜେଡି ସୁପ୍ରିମୋ ପୁଣି କିଛି ନେତାଙ୍କୁ ସଂଗଠନରେ ଦାୟିତ୍ୱ ଦେଇଛନ୍ତି । ଦଳ ପକ୍ଷରୁ ୧୬ ଜଣିଆ ପ୍ୟାନେଲିଷ୍ଟଙ୍କ ନାମ ଘୋଷଣା କରଯାଇଛି । ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ଗୌତମବୁଦ୍ଧ ଦାସ, ସାରଦା ଜେନା, ସୁବାସ ସିଂ, ଲତିକା ପ୍ରଧାନ, ମନ୍ମଥ ରାଉତରାୟ, ରମେଶ ବେହେରା, ମିହିର ରାୟ, ତୁମବନାଥ ପଣ୍ଡା, ଚିନ୍ମୟ ସାହୁ, ଇପସିତା ସାହୁ, ସୋଫିଆ ଆଲମ, ଇରାନୀ ରାୟ, ବିଶ୍ୱପ୍ରତାପ ସାହୁ, ଅରୂପ ଶ୍ରୀଚନ୍ଦନଙ୍କୁ ଏହି ଲିଷ୍ଟରେ ସାମିଲ କରାଯାଇଛି । ଏହି ନେତାମାନେ ବିଭିନ୍ନ ଟିଭି ଚାନେଲରେ ଦଳ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିବେ । ଏନେଇ ବରିଷ୍ଠ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନାଙ୍କ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।