fbpx

‘Budget’ ଶବ୍ଦ କେଉଁଠୁ ଆସିଲା? ବଜେଟକୁ ନେଇ ଜାଣନ୍ତୁ ୫ଟି ବଡ଼ ରହସ୍ୟ

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ସଂସଦରେ ଉପସ୍ଥାପନ କରିବେ । ତେବେ ବଜେଟର ଇତିହାସ ଉପରେ ଦୃଷ୍ଟି ପକାଇଲେ ଅନେକ ଅକୁହା କଥା ସାମ୍ନାକୁ ଚାଲିଆସେ । ଜଣେ ଦାୟିତ୍ୱବାନ ଭାରତୀୟ ନାଗରିକ ଭାବେ ଆମେ ସମସ୍ତେ ଏ ବିଷୟରେ ଜାଣିବା ନିହାତି ଜରୁରୀ ।

୧- ‘ବଜେଟ’ ଶବ୍ଦ କେଉଁଠୁ ଆସିଲା ଏକଥା ଅନେକ ଜାଣିନଥିବେ । ଏହି ଖାସ୍ ଶବ୍ଦ ଫ୍ରେଞ୍ଚ ଭାଷାର ଲାଟିନ ଶବ୍ଦ ‘ବୁଲଗା’ରୁ ସୃଷ୍ଟି ହୋଇଥିଲା । ଏହାର ଅର୍ଥ ହେଉଛି ‘ଚମଡ଼ାର ବ୍ୟାଗ’ । ବୁଲଗାରୁ ଫ୍ରାନ୍ସୀସୀ ଶବ୍ଦ ବୋଉଗେଟ ସୃଷ୍ଟି ହୋଇଛି । ଏହାପରେ ଇଂରାଜୀ ଶବ୍ଦ ବୋଗେଟ ଅସ୍ତିତ୍ୱକୁ ଆସିଥିଲା ଓ ଏହି ବୋଗେଟ ଶବ୍ଦରୁ ‘ବଜେଟ’ ଶବ୍ଦ ସୃଷ୍ଟି ହୋଇଥିଲା । ସେଥିପାଇଁ ପ୍ରଥମ ବଜେଟ ଚମଡ଼ା ବ୍ୟାଗରେ ସଂସଦକୁ ନିଆଯାଇଥିଲା ।

୨- ଭାରତର ପ୍ରଥମ ବଜେଟ ବ୍ରିଟିଶ ସମୟରେ ଉପସ୍ଥାପନ କରାଯାଇଥିଲା । ୧୮୬୦ ମସିହା ଏପ୍ରିଲ ୭ ତାରିଖରେ ଦେଶରେ ପ୍ରଥମ ବଜେଟ ଆଗତ କରାଯାଇଥିଲା । ତାହାକୁ ବ୍ରିଟିଶ ସରକାରଙ୍କ ଅର୍ଥମନ୍ତ୍ରୀ ଜେମ୍ସ ଓବିଲସନ ପଢ଼ିଥିଲେ ।

୩- ଭାରତ ଇଂରେଜ ଅଧିନରେ ରହିଥିବା ବେଳେ ଦେଶରେ ପ୍ରଥମ ବଜେଟ ଉପସ୍ଥାପନ କରାଯାଇଥିଲା । ୧୯୪୭ରେ ଦେଶ ସ୍ୱାଧନ ହେବା ପରେ ସ୍ୱାଧୀନ ଭାରତର ପ୍ରଥମ ବଜେଟ ଆଗତ ହୋଇଥିଲା । ସ୍ୱତନ୍ତ୍ର ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଆର.କେ ଷଣମୁଖମ ଚେଟ୍ଟୀ ନଭେମ୍ବର ୨୬ରେ ବଜେଟ ଉପସ୍ଥାପନ କରିଥିଲେ ।

୪- ସ୍ୱାଧିନତା ପରଠାରୁ ସର୍ବଦା ଅର୍ଥମନ୍ତ୍ରୀ ହିଁ ବଜେଟ ଆଗତ କରିଆସୁଥିଲେ । ମାତ୍ର ୩ ଥର ଅର୍ଥମନ୍ତ୍ରୀଙ୍କ ବଦଳରେ ପ୍ରଧାନମନ୍ତ୍ରୀ ସଂସଦରେ ବଜେଟ ଭାଷଣ ପଢ଼ିବା ସହ ତାହାକୁ ଉପସ୍ଥାପନ କରିଥିଲେ । ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦରେ ଥାଇ ବଜେଟ ଉପସ୍ଥାପନ କରିଥିଲେ ।

୫- ଭାରତର ବଜେଟ ଇତିହାସରେ ଜଣେ ଅର୍ଥମନ୍ତ୍ରୀ ନିଜର କାର୍ଯ୍ୟକାଳରେ ଥରେ ବି ବଜେଟ ଉପସ୍ଥାପନ କରିବାର ସୁଯୋଗ ପାଇନଥିଲେ । କେ.ସି ନିୟୋଗୀ ୧୯୪୮ ମସିହାରେ ମାତ୍ର ୩୫ ଦିନ ପାଇଁ ଅର୍ଥମନ୍ତ୍ରୀ ରହିଥିଲେ ।

Get real time updates directly on you device, subscribe now.