fbpx

ଭୁବନେଶ୍ୱରରୁ ଆଜି ୨କରୋନା ଆକ୍ରାନ୍ତ ଚିହ୍ନଟ , ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର, ୨୩ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ସାଙ୍ଗରୋଧ କେନ୍ଦ୍ରର ଓ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଜୟଦେବ ବିହାରର ୩୯ ବର୍ଷୀୟ ଯୁବକ ଓ ସେ ନିକଟରେ ମୁମ୍ବାଇରୁ ଫେରିଥିଲେ । ସେହିପରି ଅନ୍ୟ ଜଣକ ଶରଣପଲ୍ଲୀ ୱାର୍ଡ଼-୨୬ର ଜଣେ ୩୦ ବର୍ଷୀୟ ଯୁବକ । ସେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ।

Get real time updates directly on you device, subscribe now.