fbpx

ସନ୍ଧ୍ୟା ୭ଟାରୁ ପୁରୀରେ କର୍ଫ୍ୟୁ କୋହଳ

ପୁରୀ, ୨୩ା୬(ଓଡ଼ିଶା ଭାସ୍କର): ଶରଧାବାଲି ଯାଏ ରଥଟଣା ପରେ ପୁରୀରେ କର୍ଫ୍ୟୁ କୋହଳ ହେବ । ବଡ଼ଶଙ୍ଖ, ମାଟିଆପଡ଼ାରୁ ମାଉସୀ ମା ମନ୍ଦିର ଯାଏ କର୍ଫ୍ୟୁ ବଳବତ୍ତର ରହିବ । ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ଅଞ୍ଚଳକୁ ନଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ହୋଇଛି । ଆସନ୍ତାକାଲି ଅପରାହ୍ନରେ ଗୁଣ୍ଡିଚା ମନ୍ଦରକୁ ବିଜେ କରିବେ ଶ୍ରୀଜିଉ । ଆସନ୍ତାକାଲି ଅପରାହ୍ନ ୪ଟାରୁ ୭ଟା ମଧ୍ୟରେ ସମ୍ପର୍ଣ୍ଣ ହେବ ପହଣ୍ଡି ବିଜେ । ଗୁଣ୍ଡିଚା ମନ୍ଦିର ଚତୁପାଶ୍ୱର୍ ନୋ ଏଣ୍ଟ୍ରି ଜୋନ ରହିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲା ପାଳ ବଲୱନ୍ତ ସିଂହ ।

Get real time updates directly on you device, subscribe now.