fbpx

ପୁଡୁଚେରୀର ନୂଆ ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ କେ. କୈଲାଶନାଥନ

ନୂଆଦିଲ୍ଲୀ: ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିଛି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଥିଲେ । ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ପରି କିଛି ରାଜ୍ୟର ରାଜ୍ୟପାଳ ବଦଳିଥିଲେ । ତେବେ ଏହା ମଧ୍ୟରେ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତ୍ରୀ ରାଷ୍ଟ୍ରପତି । କେ. କୈଲାଶନାଥନ ପୁଡ଼ୁଚେରୀର ନୂଆ ଏଲଜି ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

କେ. କୈଲାଶନାଥନ ଗୁଜରାଟ କ୍ୟାଡରର ପୂର୍ବତନ ଆଇଏଏସ ଅଧିକାରୀ ଅଟନ୍ତି । ତାଙ୍କୁ ପୁଡୁଚେରୀର ନୂଆ ଉପରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ଏହା ପୂର୍ବରୁ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣଙ୍କ ହରିଚନ୍ଦନଙ୍କ ସ୍ଥାନରେ ରମେନ ଡେକା, ରାଜସ୍ଥାନର ରାଜ୍ୟପାଳ ଭାବେ ହରିଭାଓ କିଷନରାଓ ବାଗଡେ, ତେଲେଙ୍ଗାନାର ରାଜ୍ୟପାଳ ଭାବେ ଜିଷ୍ଣୁଦେବ ବର୍ମା, ସିକିମ ରାଜ୍ୟପାଳ ଭାବେ ଓମ୍ ପ୍ରକାଶ ମାଥୁର, ଆସାମ ରାଜ୍ୟପାଳ ଭାବେ ଲକ୍ଷ୍ଣ ପ୍ରସାଦ ଆଚାର୍ଯ୍ୟ, ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର, ମେଘାଳୟ ରାଜ୍ୟପାଳ ଭାବେ ସିଏଚ ବିଜୟଶଙ୍କର, ନିଯୁକ୍ତି ପାଇଥିଲେ ।

Get real time updates directly on you device, subscribe now.