fbpx

ଦୁଷ୍କର୍ମ କଲେ ଦୋଷୀ ହୁଏ ନପୁଂସକ! ଜାଣନ୍ତୁ କ’ଣ ରହିଛି ଏ ଦେଶରେ ନିୟମ

 

ଓଡିଶା ଭାସ୍କର: ପାକିସ୍ତାନରେ ମହିଳାଙ୍କ ସ୍ଥିତି ବେଶ୍ ଖରାପ ଅଛି । ଏହି ଦେଶରେ ରହୁଥିବା ମହିଳାଙ୍କ ସହ ହେଉଥିବା ଦୁଷ୍କର୍ମରେ ନିଜ ଲୋକ ହିଁ ଅଧିକ ଜଡିତ ଥାଆନ୍ତି । ଏହି ଦେଶର ଦୁଷ୍କର୍ମ ସହ ଜନିତ ଏକ ଆକଳନ ଜଣକୁ ସ୍ତବ୍ଧ କରି ଦେବ । ପାକିସ୍ତାନରେ ଦୁଷ୍କର୍ମରେ ସମ୍ପୃକ୍ତ ପ୍ରାୟ ୮୨ ପ୍ରତିଶତ ଲୋକ ନିଜ ପରିବାରର ହିଁ ଅଟନ୍ତି । ଏଥିରେ ପରିବାରର ଭାଇ, କାକା, ଚାଚା, ନାନା, ମାମା ତଥା ନିଜର ପିତା ମଧ୍ୟ ସାମିଲ ରହିଛନ୍ତି । ଯାହା ଦୁଃଖଦ, ମର୍ମାହତ ତଥା ଏକ ଲଜ୍ଜା ଅଟେ । ଏକ ସର୍ଭେ ଅନୁସାରେ, ପ୍ରତି ୨ ଘଣ୍ଟାରେ ପାକିସ୍ତାନରେ ଗୋଟିଏ ଦୁଷ୍କର୍ମ ହୁଏ ।

 

ବର୍ଷ ୨୦୨୦ ରେ ପାକିସ୍ତାନରେ ବଢୁଥିବା ଦୁଷ୍କର୍ମକୁ ଦୃଷ୍ଟିରେ ରଖି ଏକ ନୂଆ ଆଇନ ପ୍ରଣୟନ କରାଗଲା । ଯେଉଁଥିରେ ଦୁଷ୍କର୍ମକାରୀଙ୍କୁ ନପୁଂସକ କରି ଦେବା ଭଳି ଅଇନର ପ୍ରାବଧାନ ରହିଛି । ଯଦି ଦୁଷ୍କର୍ମ ମାମଲାରେ କୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାହାଙ୍କ ଗୁପ୍ତାଙ୍ଗ କାଟି ତାଙ୍କୁ ନପୁଂସକ କରି ଦିଆଯିବ । ଏହି ଆଇନକୁ ଆଣ୍ଟି ରେପ ଓର୍ଜିନେନ୍ସ କୁହାଯାଏ । ଏହି କାନୁନ ବା ଆଇନକୁ ଇମରାନ ଖାନଙ୍କ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିଲା ।

 

ଏହି ଦେଶରେ ପୀଡିତଙ୍କ ପରିଚୟକୁ ମଧ୍ୟ ସାର୍ବଜନୀନ କରିବା ଏକ ଅପରାଧ । ଯାଞ୍ଚ ସମୟରେ ଯଦି ଏଥିରେ କିଛି ଭୁଲ ହୁଏ ଓ ପୀଡିତାଙ୍କ ପରିଚୟ ସାର୍ବଜନୀନ ହୁଏ, ତେବେ ଏଥିରେ ସମ୍ପୃକ୍ତ ପୁଲିସ ଓ ସରକାରୀ ଅଧିକାରୀଙ୍କୁ ୩ ବର୍ଷର ଜେଲ ସାଙ୍ଗକୁ ଜରିମାନା ଦେବାର ମଧ୍ୟ ନିୟମ ରହିଛି । ୨୦୨୨ ମସିହାର ଏକ ରିପୋର୍ଟ ଅନୁସାରେ, ପାକିସ୍ତାନରେ ୨୦୧୭ ରୁ ୨୦୨୧ ମଧ୍ୟରେ ୨୧,୯୦୦ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ଦେଶରେ ପ୍ରତିଦିନ ପ୍ରାୟ ୧୨ ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସେ ।

Get real time updates directly on you device, subscribe now.