fbpx

କେବେ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ? କାଲି ଦିନ ୧୧ ଟାରେ ବସିବ ବୈଠକ!

ଓଡ଼ିଶା ଭାସ୍କର: ଦୀର୍ଘ ବର୍ଷର ଅପେକ୍ଷା ପରେ ଖୋଲିଛି ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର । ଭଣ୍ଡାର ଭିତରେ ଥିବା ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାର ବାହାର କରିବା ପରେ ଏହାର ମରାମତି କାର୍ଯ୍ୟକୁ ନେଇ ଆଲୋଚନା ହେବ । ଆସନ୍ତାକାଲି ପୁରୀ ମରାମତି ନେଇ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ସହ ଏ ସମ୍ପର୍କରେ ଆଲୋଚନା ହୋଇପାରେ । କାଲି ଦିନ ୧୧ଟାରେ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୧ ଜଣିଆ ସଦସ୍ୟଙ୍କୁ ନେଇ ଏହି ବୈଠକ ବସିବ । ଏହି ବୈଠକରେ ରତ୍ନଭଣ୍ଡାର ମରାମତିନେଇ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏହି ବୈଠକ ବସିବ ।

Get real time updates directly on you device, subscribe now.