fbpx

ମହିଳାମାନେ ଗର୍ଭାବସ୍ଥା ସମୟରେ ଆପଣାନ୍ତୁ ଏହି ଉପାୟ: ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା

ଓଡିଶା ଭାସ୍କର: ଗର୍ଭାବସ୍ଥା ସମୟରେ ଅନେକ ମହିଳାଙ୍କ ଶରୀରରେ ଆଇରନ ଅଭାବ ହେଉଥିବାର ଦେଖାଯାଇଥାଏ । ଯଦି ଶରୀରରେ ଆଇରନ ସ୍ତର କମିଯାଏ । ତେବେ ଏହା ଆପଣଙ୍କ ଗର୍ଭରେ ବଢୁଥିବା ଶିଶୁ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ । ଏପରି ପରିସ୍ଥିତିରେ ଗର୍ଭବତୀ ମା’ ଖାଦ୍ୟରେ କିଛି ପ୍ରାକୃତିକ ଖାଦ୍ୟ ଅନ୍ତର୍ଭୂକ୍ତ କରିବା ଉଚିତ । ଯାହା ଆଇରନ ସ୍ତରକୁ ବଢାଇଥାଏ । ଗର୍ଭାବସ୍ଥାରେ ଆଇରନର ଅଭାକୁ କିପରି ଦୂର କରି ହେବ । ଆସନ୍ତୁ ଜାଣିବା କିଛି ସୁସ୍ଥ ଖାଦ୍ୟ ସମ୍ପର୍କରେ…….

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗର୍ଭାବସ୍ଥାରେ ଶରୀରରେ ଆଇରନ ପରିମାଣ ବଢାଇବା ପାଇଁ ପାଇଁ ଖଜୁରୀ, ଡିମ୍ବିରି ଏବଂ କିସମିସ୍ ଖାଇବା ନିହାତି ଆବଶ୍ୟକ। ଏହି ଡ୍ରାଏ ଫ୍ରୁଟ୍ ଗୁଡ଼ିକରେ ଆଇରନ୍, ମ୍ୟାଗ୍ନେସିୟମ୍, କପର୍, ଭିଟାମିନ୍ ଏ ଏବଂ ସି ଭରପୁର ରହିଥାଏ । ପ୍ରତ୍ୟେକ ଦିନ ୨-୩ଟି ଖଜୁରୀ, ୨ଟା ଡିମ୍ବିରି ଏବଂ ଗୋଟିଏ ଚାମଚ କିସମିସ୍ ଖାଇବା ଦ୍ୱାରା ତତକ୍ଷଣାତ୍ ଶକ୍ତି ଯୋଗାଇଥାଏ । ଏଥିସହ ଶରୀରରେ ଆଇରନ ସ୍ତରକୁ ମଧ୍ୟ ବଢାଇବାରେ ସହାଯ୍ୟ କରିଥାଏ ।

ସେହିପରି ନଡ଼ିଆରେ ମଧ୍ୟ ଆଇରନ ପରିମାଣ ଭରପୂର ମାତ୍ରାରେ ରହିଛି । ତେଣୁ ନଡ଼ିଆକୁ ଖଜୁରୀ ଓ ଗୁଡ ସହିତ ଖାଇବା କିମ୍ବା ନଡ଼ିଆ ପାଣିକୁ ନିୟମିତ ଭାବରେ ପିଇବା ଦ୍ୱାରା ରକ୍ତହୀନତା ଭଳି ସମସ୍ୟାକୁ ଦୂର କରାଇଥାଏ । ହେମୋଗ୍ଲୋବିନ ବୃଦ୍ଧି କରିଥାଏ । ଏହା ହୃଦଘାତ ଏବଂ କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ରୋକିବାରେ ରାମବାଣ ସଦୃଶ ଭଳି କାମ କରିଥାଏ ।

ଡାଳିମ୍ବ- ଭିଟାମିନ୍ କେ, ଭିଟାମିନ୍ ସି, ଫାଇବର, ପୋଟାସିୟମ୍ ଏବଂ ପ୍ରୋଟିନର ପରିମାଣ ଭରପୂର ହୋଇ ରହିଥାଏ । ଡାଳିମ୍ବ ଖାଇବା ଦ୍ୱାରା ରକ୍ତହୀନତାକୁ ଭଲ କରିବା ପାଇଁ ସର୍ବୋତ୍ତମ ହୋଇଥାଏ । କାରଣ ଏଥିରେ ଭିଟାମିନ୍ ସି ରହିଥାଏ । ଡାଳିମ୍ବରେ ଅଧିକ ପରିମାଣର ଭିଟାମିନ୍ ସି ଆମ ଶରୀରକୁ ଏଥିରେ ଥିବା ଆଇରନକୁ ସହଜରେ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ ।

ମିଲେଟ ଜାତୀୟ ଖାଦ୍ୟ – ଏଥିରେ ଆଇରନ୍ , କ୍ୟାଲସିୟମ୍ ଏବଂ ଫୋଲେଟ୍ ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ଶିଶୁର ସୁସ୍ଥ ରହିବା ସହ ମସ୍ତିଷ୍କ ବିକାଶ କରିଥାଏ । ତେଣୁ ଆପଣ ନିଜ ଖାଦ୍ୟରେ ମିଲେଟ ଜାତୀୟ ଖାଦ୍ୟ ଅନ୍ତର୍ଭୁକ୍ତ କରିପାରିବେ ।

ବାଦାମ- ବାଦାମରେ ଥିବା ଆଇରନ୍ ଗର୍ଭସ୍ଥ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ମାନସିକ ବିକାଶରେ ସାହାଯ୍ୟ କରିଥାଏ । ଏହା ମା’ର ଶରୀରରୁ ଶିଶୁକୁ ଅମ୍ଳଜାନ ବିତରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଗର୍ଭବତୀ ମହିଳାମାନଙ୍କୁ ଥକ୍କାପଣକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ଆପଣ ରାତିରେ ପାଣିରେ ଭିଜାଯାଇଥିବା ବାଦାମକୁ ଖାଆନ୍ତୁ ।

ମୁଗ ଡାଲି – ମୁଗ ଡାଲି ଖାଇବା ଦ୍ୱାରା ଶରୀରକୁ ୮୦% ଆରଡିଆଇ ଯୋଗାଇଥାଏ । ସେଗୁଡ଼ିକରେ ଅଧିକ ପରିମାଣର ଆଇରନ୍, ପ୍ରୋଟିନ୍ ଏବଂ ଫାଇବର ମଧ୍ୟ ଥାଏ । ଯାହା ଗର୍ଭାବସ୍ଥା ସମୟରେ ମହିଳାମାନଙ୍କୁ ଅଧିକ ଆବଶ୍ୟକ ରହିଥାଏ । ଗର୍ଭସ୍ଥ ମହିଳାମାନେ ଏହି ସମୟରେ ସବୁବେଳେ କଞ୍ଚା ପରିବା ଖାଇବା ଆବଶ୍ୟକ ହୋଇଥାଏ ।

ଅଁଳା-ବିଟ୍-ଗାଜର – ଗାଜର ଏବଂ ବିଟରେ ପ୍ରଚୁର ପରିମାଣରେ ଆଇରନ ରହିଛି । ସେହିପରି ଅଁଳାରେ ଭିଟାମିନ୍-ସି ମଧ୍ୟ ରହିଛି । ଯେଉଁମାନଙ୍କର ଶରୀରରେ ଆଇରନ୍ ପରିମାଣ ବହୁତ କମଥାଏ । ଏହି ତିନୋଟିକୁ ଏକାଠି ଖାଇଲେ ଶରୀରରେ ବହୁତ ପରିମାଣରେ ଆଇରନ୍ ବୃଦ୍ଧି ପାଇଥାଏ ।

ସୋଲା ଭଜା- ପ୍ରତି ୧୦୦ ଗ୍ରାମ ସୋଲାରେ ପ୍ରାୟ ୨୨% ଆଇରନ ରହିଥାଅ । ଯଦି ଆପଣ ଗର୍ଭାବସ୍ଥାରେ ଏହାକୁ ଖାଆନ୍ତି । ତେବେ ଏହା ଶରୀରରେ ଲୋହିତ ରକ୍ତ କଣିକାକୁ ବଢାଇଥାଏ । ଏତିକି ନୁହେଁ, ଗର୍ଭାବସ୍ଥାରେ ଥକ୍କ୍ାପଣ ଏବଂ ବାନ୍ତି ହେବାରୁ ମଧ୍ୟ କିଛି ମାତ୍ରାରେ ଆରାମ ଦେଇଥାଏ ।

 

Get real time updates directly on you device, subscribe now.