fbpx

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ନେଇ ଆସିଲା ବଡ ଖବର: ପଢନ୍ତୁ ଏଇ ରିପୋର୍ଟ

ଭୁବନେଶ୍ୱର: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର କାର୍ୟ୍ୟ ନିର୍ଦ୍ଧାରିତ ସମୟଠାରୁ ଦୁଇମାସ ପଛୁଆ କାମ ଚାଲିଛି। ଏହାର କାରଣ ହେଉଛି ମନ୍ଦିର ନିର୍ମାଣରେ ଶ୍ରମିକଙ୍କ ଅଭାବ ରହିଛି । ଜୁନ୍-ଜୁଲାଇରେ ଉତ୍ତର ଭାରତରେ ପ୍ରବଳ ଗରମ ହେତୁ ମନ୍ଦିର ନିର୍ମାଣରେ କାର୍ୟ୍ୟ କରୁଥିବା ଅଧିକାଂଶ ଶ୍ରମିକ ନିଜ ନିଜ ଘରକୁ ଫେରି ଯାଇଛନ୍ତି। ଏହି କାରଣରୁ ମନ୍ଦିର କାର୍ଯ୍ୟରେ ବିଳମ୍ବ ହୋବାର ଦେଖାଦେଇଛି ।

ଏନେଇ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଆଜି କହିଛନ୍ତି ଯେ,ନିଜ ଘରକୁ ଫେରିଥିବା ଶ୍ରମିକମାନଙ୍କୁ ମିନ୍ଦିର ନିର୍ମାଣ ସ୍ଥାନକୁ ଫେରାଇ ଆଣିବାରେ ଅସୁବିଧା ହେଉଛି। କାରଣ ଏଠି ଅସହ୍ୟ ଗରମ ହେବା କାରଣରୁ ଶ୍ରମିକମାନେ ଆସିବାରେ ବିଳମ୍ବ କରୁଛନ୍ତି । ସେଥିପାଇଁ ମନ୍ଦିର ନିର୍ମାଣ କାର୍ଯ୍ୟରେ ସବୁଠାରୁ ଚ୍ୟାଲେଞ୍ଜିଂ ହୋଇଛି । ସେ ଆହୁରି କହିଛନ୍ତି, ମନ୍ଦିର ନିର୍ମାଣ କାର୍ଯ୍ୟର ସମୀକ୍ଷା ଚାଲିଛି। ଡିସେମ୍ବର ୨୦୨୪ ସୁଦ୍ଧା ଏହି କାର୍ୟ୍ୟର ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏଥିପାଇଁ ନିରନ୍ତର ପ୍ରୟାସ ଅତ୍ୟନ୍ତ ଆବଶ୍ୟକତା ରହିଛି । ଯଦି କମ୍ ଶ୍ରମିକରେ ଏହି ଗତିରେ ନିର୍ମାଣ କାର୍ୟ୍ୟ କରାଯାଏ । ତେବେ ଆହୁରି ଦୁଇ ମାସ ବିଳମ୍ବ ହୋଇପାରେ । ମନ୍ଦିର ନିର୍ମାଣ କାର୍ଯ୍ୟ ଶିଘ୍ର କରିବା ପାଇଁ ଶ୍ରମିକ ଏବଂ ସବ-କଣ୍ଟ୍ରାକ୍ଟରଙ୍କ ସଂଖ୍ୟା ବୃଦ୍ଧି କରିବାକୁ ହେବ ଏନେଇ ଏଲ ଆଣ୍ଡ ଟି କମ୍ପାନୀକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଶ୍ରୀ ମିଶ୍ର କହିଛନ୍ତି, କେବଳ ଗୋଟିଏ କିମ୍ବା ଦୁଇଟି ସବ-କଣ୍ଟ୍ରାକ୍ଟର ଉପରେ ଆମେ ନିର୍ଭର କରି ବସିଲେ ମନ୍ଦିର କାମ ବିଳମ୍ବ ହେଉଛି ।

ତେଣୁ ଏହାର ଅନ୍ୟ ବିକଳ୍ପ ବ୍ୟବସ୍ଥା ଉପରେ ନିଷ୍ପତ୍ତି ନିଆଯାଇଛି। ଗତ ତିନି ମାସ ମଧ୍ୟରେ ପ୍ରବଳ ଉତ୍ତାପ ହେତୁ ନିର୍ମାଣ କାର୍ଯ୍ୟ ମନ୍ଥର ହୋଇଯାଇଛି। ଗରମ ଯୋଗୁଁ କାମ ଛାଡି ଘରକୁ ଯାଇଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବାରେ କମ୍ପାନୀ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ସୁଦ୍ଧା ମନ୍ଦିର ନିର୍ମାଣ କାର୍ୟ୍ୟ ଶେଷ କରିବା ଅସମ୍ଭବ । ଶ୍ରମିକଙ୍କ ସଂଖ୍ୟାରେ ବହୁତ ଅଭାବ ରହିଛି । ଯଦି ଦୁଇଶହ କିମ୍ବା ଦୁଇ ଶହ ପଚାଶ ଜଣ ଶ୍ରମିକ ମନ୍ଦିର କାମରେ ଯୋଗ ନ ଦିଅନ୍ତି । ତେବେ ଡିସେମ୍ବର ସୁଦ୍ଧା କାର୍ୟ୍ୟ ସମାପ୍ତ କରିବା ଅସମ୍ଭବ ହେବ ।

Get real time updates directly on you device, subscribe now.