fbpx

ପାକିସ୍ତାନରେ ୩୦ ଏକର ଜମିକୁ ନେଇ ସାମ୍ପ୍ରଦାୟିକ ହିଂସା, ୪୩ ମୃତ

ନୂଆଦିଲ୍ଲୀ: ପାକିସ୍ତାନର ଖାଇବର ପଖ୍ତୁନଖୱାର କୁରମ ଜିଲ୍ଲାରେ ଜମି ବିବାଦରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କୁରାମର ପାରା ଚିନାର୍ ର ଉପାନ୍ତ ଅଞ୍ଚଳ ବୁସେହରାରେ। ଏହି ବିବାଦର କେନ୍ଦ୍ରବିନ୍ଦୁରେ ରହିଛି ୩୦ ଏକର ଅର୍ଥାତ୍ ପ୍ରାୟ ୧୦୦ କେନାଲ ଜମିର ମାଲିକାନା। ବୁସେହରାର ଦୁଇଟି ଗାଁରେ ବସବାସ କରୁଥିବା ଆଦିବାସୀଙ୍କ ମଧ୍ୟରେ ଏହି ବିବାଦ ରହିଛି। ୬ ଦିନ ତଳେ ଆରମ୍ଭ ହୋଇଥିବା ଏହି ସଂଘର୍ଷ କୁରାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବ୍ୟାପିଯାଇଥିଲା। ସୋମବାର ସକାଳେ ହୋଇଥିବା ସଂଘର୍ଷରେ ଅତି କମରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ରବିବାର ରାତିରେ ହୋଇଥିବା ସଂଘର୍ଷରେ ଆଉ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୩୫ ଜଣ ସିଆ ଜନଜାତିଏବଂ ୮ ଜଣ ସୁନ୍ନି ଜନଜାତିର ବୋଲି ଅଧିକାରୀମାନେ କହିଛନ୍ତି।

ରବିବାର ବୁଶେହରାରେ ଏକ ଶବ ବିନିମୟ ହୋଇଥିଲା, ଯେଉଁଥିରେ ସୁନ୍ନି ଜନଜାତିମାନେ ଶିଆମାନଙ୍କୁ ୧୧ଟି ମୃତଦେହ ହସ୍ତାନ୍ତର କରିଥିବା ବେଳେ ଶିଆମାନେ ସୁନ୍ନିମାନଙ୍କୁ ତିନୋଟି ମୃତଦେହ ହସ୍ତାନ୍ତର କରିଥିଲେ। କୁରମ ଜିଲ୍ଲା ଡାକ୍ତରଖାନାର ମେଡିକାଲ ଅଧୀକ୍ଷକ ଡାକ୍ତର ମୀର ହାସନ ଜାନ ବିବିସିକୁ କହିଛନ୍ତି ଯେ ଜୁଲାଇ ୨୪ରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ୩୨ ମୃତଦେହ ଏବଂ ୨୦୦ରୁ ଅଧିକ ଆହତଙ୍କୁ କେବଳ ସେମାନଙ୍କ ଡାକ୍ତରଖାନାକୁ ଅଣାଯାଇଛି, ସେମାନଙ୍କ ମଧ୍ୟରୁ ୩୨ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି ଏବଂ ୬ ଜଣ ଗୁରୁତର ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରିବାକୁ ପ୍ରୟାସ ଚାଲିଛି।

 

Get real time updates directly on you device, subscribe now.