fbpx

ଶରୀରରେ ବିଭିନ୍ନ ପ୍ରକାର ସଂକ୍ରମଣକୁ ରୋକି ପାରିବ ଏହି ଛୋଟ ପରିବା: ଜାଣନ୍ତୁ ଏହା କଣ

ଓଡିଶା ଭାସ୍କର: ବିଟ୍ ହେଉଛି ଏକ ପରିବା ଯାହା ଭୂତଳ ଭୂମିରେ ବଢିଥାଏ । ଏହାକୁ ସାଧାରଣତ ଡାଲମା ,ସାଲାଡ ଭାବରେ ବ୍ୟବହୃତ ହୋଇଥାଏ । ଏଥିସହ ଏହାର ରସକୁ ମଧ୍ୟ ବହୁତ ଲୋକ ପସନ୍ଦ କରିଥାନ୍ତି । ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଥାଏ । ବିଟ୍ ଦେଖିବାକୁ ଛୋଟ ହୋଇଥିଲେ ମଧ୍ୟ ଡାଏଟାରୀ ଫାଇବର, ପ୍ରାକୃତିକ ଚିନି, ମ୍ୟାଗ୍ନେସିୟମ୍, ସୋଡିୟମ୍ ଏବଂ ପୋଟାସିୟମ୍ ଭଳି ପୋଷକ ତତ୍ତ୍ୱ ମିଳିଥାଏ । ଯାହା ଆମ ସ୍ୱାସ୍ଥ୍ୟର ଅନେକ ଉପକାର କରିଥାଏ । ତେବେ ଜାଣନ୍ତୁ …..

୧. ଅନେକ ଲୋକ ପରିସ୍ରା ସଂକ୍ରମଣର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଯେପରି ପରିସ୍ରା ନହେବା, ପରିସ୍ରା କରିବା ସମୟରେ ଜଳାପୋଡା ହେବା । ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ସକାଳୁ ଖାଲି ପେଟରେ ବିଟ୍ ରସ ପିଅନ୍ତୁ । ଏହାଦ୍ୱାରା ଅନେକ ଆରାମ ପରିମାଣରେ ଆରମ ମିଳିବ ।

୨. ଶରୀରରେ ଜଳୀୟ ଅଂଶ ଅଭାବ କେବେବି ରହିବା ଉଚିତ୍ ନୁହେଁ । ଯଦି ଶରୀରରେ କମ ଜଳୀୟ ଅଂଶ ରହିଥାଏ । ତେବେ ଏହା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ହୋଇଯାଏ । ଆପଣଙ୍କର ପାଖରେ ଏପରି ସମସ୍ୟା ଅଛି ତେବେ ନିଶ୍ଚିତ ଭାବରେ ଖାଲି ପେଟରେ ବିଟ୍ ଜୁସ କରି ପିଇବା ଆବଶ୍ୟକ ରହିଛି ।

୩. ଓଜନ, ପେଟ ଏବଂ ଚର୍ବି ବୃଦ୍ଧି ପାଇଁ ଚିନ୍ତିତ ଥିବା ଲୋକମାନେ ବିଟ ରସକୁ ସକାଳୁ ଖାଲି ପେଟରେ ସେବନ ପାରିବେ । କାରଣ ଏଥିରେ ଅନେକ ଡାଏଟାରୀ ଫାଇବର ମିଳିଥାଏ । ଯେଉଁଥିପାଇଁ ଜଣେ ଦୀର୍ଘ ସମୟ ପର୍ୟ୍ୟନ୍ତ ଭୋକ ଅନୁଭବ କରେ ନାହିଁ ।

୪. ବିଟରେ ଅନେକ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ସକାଳେ ଖାଲି ପେଟରେ ଖାଇବାକୁ ପରାମର୍ଶ ଦିଅନ୍ତି କାରଣ ଏହା କରିବା ଦ୍ୱାରା ପୁଷ୍ଟିକର ଅବଶୋଷଣରେ ଉନ୍ନତି ହୋଇଥାଏ । ଯାହା କୌଣସି ପ୍ରକାରର ରୋଗ ସୃଷ୍ଟି କରେ ନାହିଁ ।

 

Get real time updates directly on you device, subscribe now.