fbpx

IBPS PO / MT ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଓଡ଼ିଶାର ପ୍ରାର୍ଥୀମାନେ କରିପାରିବେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ବ୍ୟାଙ୍କିଂ ସେକ୍ଟରେ ଅନେକ ପଦ ପାଇଁ ନିଯୁକ୍ତି ଚାଲିଛି । ନିକଟରେ କିରାଣୀ ପଦ ପାଇଁ ୬ ହଜାରରୁ ଅଧିକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ବ୍ୟାଙ୍କ ପ୍ରୋବେସନାରୀ ଅଫିସର / ମ୍ୟାନେଜମେଣ୍ଟ ଟ୍ରେନି (ଏମଟି) ନିଯୁକ୍ତି ପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ ତରଫରୁ ନୋଟିଫିକେସନ ଜାରି କରାଯାଇଛି । ଓଡ଼ିଶାର ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ ।

ଅଗଷ୍ଟ ପହିଲାରୁ ୨୧ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ । ଏହା ମଧ୍ୟରେ ଏହି ନିଯୁକ୍ତିର ଶର୍ଟ ବିଜ୍ଞପ୍ତି ଜାରି କରାଯାଥିବା ବେଳେ ଆସନ୍ତା ମାସ ୧ ତାରିଖରେ ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯିବ । କେଉଁ ରାଜ୍ୟ ପାଇଁ କେତେ ପଦ ସଂରକ୍ଷିତ ରହିଛି, କେଉଁ ବର୍ଗ ପାଇଁ କେତେ ପଦ ସଂରକ୍ଷିତ ରହିଛି, ଶିକ୍ଷାଗତ ଯୋଗ୍ୟତା, ମୋଟ ପଦ ସଂଖ୍ୟା, ବୟସ ଯୋଗ୍ୟତା, ପରୀକ୍ଷା ପ୍ୟାଟର୍ଣ୍ଣ ଆଦି ବିଷରେ ପ୍ରାର୍ଥୀମାନେ ସବିଶେଷ ତଥ୍ୟ ପାଇ ପାରିବେ । ଆସନ୍ତା ଅକ୍ଟୋବରରେ ପ୍ରିଲିମିନାରୀ ଓ ନଭେମ୍ବରରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ବର୍ଷ ଜାନୁଆରୀ-ଫେବୃଆରୀରେ ସାକ୍ଷାତକାର କରାଯିବା ପରେ ଏପ୍ରିଲ ମାସରେ ଆଲଟମେଣ୍ଟ କରାଯିବାର ସମ୍ଭାବନା ରହିଛି । ପ୍ରାର୍ଥୀମାନେ ନିୟମିତ ଭାବେ ଆଇବିପିଏସର ଅଫିସିଆଲ ୱେବସାଇଟ୍ ଷଗ୍ଧଗ୍ଧକ୍ଟ୍ରଗ୍ଦ://ସଭକ୍ଟ୍ରଗ୍ଦ.ସଦ୍ଭ/ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.