fbpx

CGLRE-2023 କମ୍ପ୍ୟୁଟର ସ୍କିଲ ଟେଷ୍ଟ ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ) -୨୦୨୩ର ମୁଖ୍ୟ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସିଜିଏଲଆରଇ-୨୦୨୩ର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଅଗଷ୍ଟ ୧୨ ତାରିଖ (ରବିବାର) ଦିନ ଅନୁଷ୍ଠିତ ହେବ । ଜୁଲାଇ ୧୧ ତାରିଖରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଦେବା ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି । ଗୋଟିଏ ଘଣ୍ଟାରେ ୫୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।

ପ୍ରାର୍ଥୀମାନେ ଅଗଷ୍ଟ ୭ ତାରିଖ ପରଠାରୁ ଏହି ପରୀକ୍ଷାର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ନିଯୁକ୍ତି ବାବଦରେ ସବିଶେଷ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ କମିଶନ ୱେବସାଇଟକୁ ପରିଦର୍ଶନ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ସୂଚନାଯୋଗ୍ୟ ଯେ, ସିଜିଏଲଆରଇ-୨୦୨୩ର ପ୍ରିଲିମିନାରୀ ପରୀକ୍ଷା ଗତ ଜୁନ୍ ୨୩ ତାରିଖରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ଗତବର୍ଷ ଅକ୍ଟୋବର ମାସରେ ଜାରି ହୋଇଥିବା ବିଜ୍ଞପ୍ତିରେ ୪୯୫ଟି ପଦ ଖାଲି ରହିଥିଲା । ପରବର୍ତ୍ତୀ ସମୟରେ ଦୁଇଟି ପର୍ଯ୍ୟାୟରେ ଉକ୍ତ ପଦ ସଂଖ୍ୟା ଯଥାକ୍ରମେ ୫୦୪କୁ ଓ ୫୭୭କୁ ବୃଦ୍ଧି କରାଯାଇଥିଲା । ପ୍ରାର୍ଥୀଙ୍କୁ ଅଡିଟର, ଅଡିଟର (ସିଏଏ), ଟେକ୍ସଟାଇଲ ଇନ୍ସପେକ୍ଟର, ଜୁନିୟର ଆସିଷ୍ଟାଣ୍ଟ, ୱେଲଫେୟାର ଏକ୍ସଟେନସନ ଅଫିସର (ଡବ୍ଲ୍ୟଇଓ), ହାଣ୍ଡିକ୍ରାଫ୍ଟସ ପ୍ରମୋସନ ଅଫିସର, ଜୁନିୟର ଆକାଉଣ୍ଟାଣ୍ଟ ଏପରି ଭାବେ ୩୧ ପ୍ରକାର ପଦରେ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.