fbpx

NEET-UG କାଉନସେଲିଂ ଅଗଷ୍ଟ ୧୪ରୁ ଆରମ୍ଭ ହେବ: MCC ପକ୍ଷରୁ ଘୋଷଣା

ନୂଆଦିଲ୍ଲୀ: ଅଗଷ୍ଟ ୧୪ ତାରିଖରୁ ନିଟ-ୟୁଜି କାଉନସେଲିଂ ଆରମ୍ଭ ହେବ । ଏ ବାବଦରେ ମେଡିକାଲ କାଉନସେଲିଂ କମିଟି ପକ୍ଷରୁ ଅଫିସିଆଲ ୱେବସାଇଟରେ ଘୋଷଣା କରାଯାଇଛି । ସର୍ବଭାରତୀୟ କୋଟାରେ ୧୫ ପ୍ରତିଶତ ସିଟ, ଏମ୍ସଓ ପୁଡୁଚେରୀ ଜେଆଇପିଏମଇଆରର ୧୦୦ ପ୍ରତିଶତ ସିଟ ଓ ଡିମଡ୍ ୟୁନିଭରସିଟିର ୧୦୦ ପ୍ରତିଶତ ସିଟ ପାଇଁ ଏମସିସି କାଉନସେଲିଂ ପରିଚାଳନା କରିବ । ଏନେଇ ଏମସିସି ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଜୁଲାଇ ୬ ତାରିଖରେ ନିଟ-ୟୁଜି ପରୀକ୍ଷା ହେବା ନେଇ ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିବା ବେଳେ ତାହାକୁ ଏମସିସି ପକ୍ଷରୁ ସ୍ଥଗିତ ରଖାଯାଇଥିଲା । ଏବେ କାଉନସେଲିଂ ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । ପ୍ରାର୍ଥୀମାନେ ଏମସିସିର ୱେବସାଇଟ mcc.nic.inକୁ ପରିଦର୍ଶନ କରି ସବିଶେଷ ତଥ୍ୟ ପାଇ ପାରିବେ । ଅଗଷ୍ଟ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଚାଲିବ ଓ ଅଗଷ୍ଟ ୨୧ ଅପରାହ୍ଣ ୩ଟାସୁଦ୍ଧା ପେମେଣ୍ଟ ସୁବିଧା ରହିବ । ଅଗଷ୍ଟ ୧୬ରୁ ୨୦ ତାରିଖ ପୂର୍ବାହ୍ନ ୧୧.୫୫ ସୁଦ୍ଧା ଚଏସ୍ ଫିଲିଂ ଓ ଅଗଷ୍ଟ ୨୦ ଅପରାହ୍ଣ ୪ଟାରୁ ରାତି ୧୧.୫୫ ସୁଦ୍ଧା ଚଏସ୍ ଲକିଂ ହେବ । ଅଗଷ୍ଟ ୨୧ରୁ ୨୨ ମଧ୍ୟରେ ସିଟ୍ ଆଲଟମେଣ୍ଟ ପ୍ରକ୍ରିୟା ହେବ ଓ ୨୩ରେ ଆଲଏଟମେଣ୍ଟ ଫଳାଫଳ ପ୍ରକାଶ କରାଯିବ ।

Get real time updates directly on you device, subscribe now.