fbpx

(Video) ଶ୍ରୀଲଙ୍କାରେ କିଙ୍ଗ କୋହଲିଙ୍କ ଉପରେ ‘ବିରାଟ ଆକ୍ରମଣ’: ଦିନିକିଆ ସିରିଜ ପୂର୍ବରୁ ଏ କି ଘଟଣା?

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜକୁ ୩-୦ରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ବର୍ତ୍ତମାନ ଦିନିକିଆ ସିରିଜ ଉପରେ କବଜା କରିବାକୁ ନଜର ରଖିଛି ରୋହିତ ସେନା । ଏଥିପାଇଁ ଭାରତୀୟ ଟିମ୍ କଲମ୍ବୋରେ ପହଞ୍ଚି ସାରିଛନ୍ତି । ତେବେ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଉପରେ ଏକ ‘ବଡ଼ ଆକ୍ରମଣ’ ହୋଇଛି । ତେବେ ଏହି ଆକ୍ରମଣ ଶାରୀରିକ ଭାବରେ ହୋଇନାହିଁ, ବରଂ ବିରାଟ କୋହଲିଙ୍କୁ କଲମ୍ବୋରେ ଖୁବ ଟ୍ରୋଲ କରାଯାଉଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କୋହଲି ଅଭ୍ୟାସ କରୁଥିବା ବେଳେ ତାଙ୍କୁ କେହି ଟ୍ରୋଲ କରୁଥିବାର ଦେଖାଯାଇଛି ।

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିବା ପାଇଁ କଲମ୍ବୋରେ ପହଞ୍ଚିଛନ୍ତି । କିନ୍ତୁ ଏଠାରେ ତାଙ୍କୁ ଖୁବ ଟ୍ରୋଲ କରାଯାଇଛି । ବିରାଟଙ୍କ ଆଲୋଚକମାନେ ତାଙ୍କୁ ଚିଡ଼ାଇବା ପାଇଁ କୋହଲି ବଦଳରେ ‘ଚୋକଲି’ କହିଥାନ୍ତି । ଏହାର ଅର୍ଥ ହେଉଛି, ବଡ଼ ମଞ୍ଚରେ ବିଫଳ ହେବା । ତେବେ ଶ୍ରୀଲଙ୍କାରେ ତାଙ୍କର ଅଦ୍ଭୁତ ପ୍ରଦର୍ଶନ ରହିଥିବା ବେଳେ ସେଠାରେ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଉଛି । ୭ ବର୍ଷ ପରେ ବିରାଟ କୋହଲି ଶ୍ରୀଲଙ୍କାରେ ଦିନିକିଆ ସିରିଜ ଖେଳିବା ପାଇଁ କଲମ୍ବୋରେ ପହଞ୍ଚିଛନ୍ତି । ଏହାସହିତ ପୁଣିଥରେ ଦିନିକିଆ ସିରିଜରେ ବିରାଟଙ୍କ ବ୍ୟାଟରୁ ରନ୍ ବର୍ଷା ହେବ ବୋଲି ଆଶା କରାଯାଉଛି ।

ସୂଚନା ଥାଉ କି, ଶ୍ରୀଲଙ୍କାରେ ବିରାଟ କୋହଲିଙ୍କର ଦମଦାର ପ୍ରଦର୍ଶନ ରହିଛି । ଏଠାରେ ୨୬ଟି ଇନିଂସରୁ ୧୦୨୮ ରନ୍ ସଂଗ୍ରହ କରିଛନ୍ତି । ଶ୍ରୀଲଙ୍କାରେ ବିରାଟଙ୍କ ବ୍ୟାଟରୁ ୫ଟି ଶତକ ରହିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ୬୩.୨୬ ହାରରେ ୨୫୯୪ ରନ୍ କରିବାରେ ସେ ସଫଳ ହୋଇଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ୧୦ଟି ଶତକ ହାସଲ କରିଛନ୍ତି ବିରାଟ ।

Get real time updates directly on you device, subscribe now.