fbpx

Video; ଗର୍ଭବତୀ ମହିଳାଙ୍କ ଭଳି କଷ୍ଟ ଅନୁଭବ କରିବା ପାଇଁ ପେଟ-ଛାତିରେ ତରଭୁଜ ରଖି ଦିନଚର୍ଯ୍ୟା କରିଲେ ଯୁବକ

ନୂଆଦିଲ୍ଲୀ: ଗର୍ଭାବସ୍ଥାରେ ମହିଳାମାନଙ୍କର ଅନେକ ସମସ୍ୟା ଥାଏ, ତେଣୁ ସେମାନେ ସମସ୍ତ ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ । ଅଧିକାଂଶ ମହିଳା ଗର୍ଭାବସ୍ଥା ଜନିତ ସମସ୍ୟା ଭାବରେ ଏହି ସମସ୍ୟାକୁ ଅଣଦେଖା କରନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ଯନ୍ତ୍ରଣା ସମସ୍ୟା। ସାଧାରଣତଃ ପେଟ ଓ ବକ୍ଷ ଉପରେ ଚାପ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ । ଯାହାକୁ ଅନୁଭକ କରିବା ପାଇଁ ଜଣେ ଯୁବକ ଅଭିନବ ପ୍ରୟାସ କରିଛନ୍ତି ।

ସେ ତାଙ୍କ ପାର୍ଟନରଙ୍କ ସହ ମିଶି ଏପରି କରିଛନ୍ତି । ସେ ପେଟରେ ଏକ ତରଭୁଜ ଓ ଛାତିରେ ଦୁଇଟି ଖରବୁଜ ରଖି ଅଠାପଟି ଗୁଡ଼ାଇଦେଇଛନ୍ତି ଯେପରିକି ସହଜରେ ଖସିବ ନାହିଁ । ଯାହାର ଭିଡିଓ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଛାଡିଛନ୍ତି । ଯାହାକୁ ଏବେଯାଏଁ ମିଲିୟନ ମିଲିୟନ ଲେକ ଦେଖି ସାରିଲେଣି । ବାସ୍ତବରେ ଜଣେ ମହିଳା ଗର୍ଭ ଧାରଣ ସମୟରେ କେତେ କଷ୍ଟରେ ତାଙ୍କର ଦିନଚର୍ଯ୍ୟା କରନ୍ତି ତାହା ଏଠାରେ ଯୁବକ ଜଣକ ଜାଣିବାକୁ ଏପରି ପ୍ରୟାସ କରୁଥିବା ଜଣା ପଡିଛି ।

ଖାସ କରି ଉଠିବା-ବସିବା, ଶୋଇବା, ଚାଲିବା, ଗାଡ଼ି ଚଳାଇବା ଓ ଶୌଚହେବା ଇତ୍ୟାଦି । ଏହି ଭିଡିଓଟି @Row_Haastrup ନାମକ ଏକ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭୁବ୍ ଖାଇରାଲ ହେବାରେ ଲାଗିଛି । ଭିଟିଓଟିକୁ ବର୍ତ୍ତମାନ ସୁଦ୍ଧା ପାଖା ପାଖି ନଅ ମିଲିୟନ ଲୋକ ଦେଖି ସାରିଲେଣି ।

 

Get real time updates directly on you device, subscribe now.