fbpx

ସମୁଦ୍ର କୂଳରେ ଆଉ ମିଳିବନି ମଦ, ଲାଗିବ ପ୍ରତିବନ୍ଧକ? ସଂସଦରେ ଉଠିଲା ପ୍ରସଙ୍ଗ

ନୂଆଦିଲ୍ଲୀ: ସମୁଦ୍ର କୂଳରେ ବୁଲିବାକୁ ଅଧିକାଂଶ ଲୋକଙ୍କୁ ବେଶ୍ ଭଲ ଲାଗେ । ବିଶେଷ କରି ଗୋଆ Beachର ରୋମାଞ୍ଚକର ଦୃଶ୍ୟ ଏବଂ ଏଠାରେ ସମୟ କାଟିବା ଏକ ନିଆରା ଅନୁଭୂତି ଦେଇଥାଏ । ତେବେ ଗୋଆ ବିଚ୍ ବିଷୟରେ ଆଲୋଚନା ହେବା ମାତ୍ରେ ଏହାସହିତ ଆପେ ଆପେ ଯୋଡ଼ି ହୋଇଯାଏ ମଦ । ଗୋଆ ବିଚ୍ ଏବଂ ମଦ ଉଭୟଙ୍କ ନାଁ ସବୁବେଳେ ଜଡ଼ିତ ହୋଇ ରହିଥାଏ । ଅର୍ଥାତ୍ ବର୍ତ୍ତମାନ ସମୟରେ ସର୍ବାଧିକ ମଦ ବିକ୍ରି ହେଉଥିବା ରାଜ୍ୟ ହେଉଛି ଗୋଆ । କିନ୍ତୁ ଏବେ ଏହି ରାଜ୍ୟରେ ମଦ ବ୍ୟାନ୍ କରିବା ପାଇଁ ଦାବି ଉଠିଛି । ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରେପେନ୍ଦ୍ର ଶେଠ୍ ସଂସଦରେ ଏହି ପ୍ରସଙ୍ଗ ଉଠାଇଛନ୍ତି । କିନ୍ତୁ ବିଧାନସଭାରେ ଏହି ଦାବିକୁ ନିଜ ଦଳର ନେତା ମଧ୍ୟ ସମର୍ଥନ କରିନାହାନ୍ତି ।

ସୂଚନା ଅନୁସାରେ, ସଂସଦରେ ବିଜେପି ବିଧାୟକ ପ୍ରେମେନ୍ଦ୍ର ଶେଠ୍ ଗୋଆରେ ମଦ ବନ୍ଦ କରିବା ପାଇଁ ଦାବି ଉଠାଇଛନ୍ତି । ସେ କହିଛନ୍ତି ଯେ, “ବିକଶିତ ଭାରତ ଏବଂ ବିକଶିତ ଗୋଆ ପାଇଁ ଗୋଆରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲାଗୁ କରିବା ଉଚିତ୍ । ଆମେ ରାଜ୍ୟରେ ମଦ ଉତ୍ପାଦନ କରିପାରିବା ଏବଂ ଅନ୍ୟ ଦେଶକୁ ରପ୍ତାନୀ କରିପାରିବା, କିନ୍ତୁ ଗୋଆରେ ଏହା ଉପରେ ପ୍ରତିବନ୍ଧକ ଲାଗୁ କରିବା ଉଚିତ୍ ।” ଉତ୍ତର ଗୋଆରେ ମାୟେମ ବିଧାନସଭା ମଣ୍ଡଳୀର ପ୍ରତିନିଧିତ୍ୱ କରିଥିବା ପ୍ରଥମ ଥର ବିଜେପି ବିଧାୟକ କହିଛନ୍ତି ଯେ, ରାଜ୍ୟରେ ମଦବିକ୍ରି ପାଉଥିବାରୁ ସଡ଼କ ଦୁର୍ଘଟଣା ଏବଂ ଶିଳ୍ପାନୁଷ୍ଠାନରେ ମଧ୍ୟ ଅନେକ ଦୁର୍ଘଟଣା ଘଟୁଛି । ଯାହା ଫଳରେ ରାଜ୍ୟରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ପ୍ରେମେନ୍ଦ୍ରଙ୍କ ଏହି ଦାବିକୁ ସଂସଦରେ କୌଣସି ସମର୍ଥନ ମିଳିନାହିଁ । ବିଜେପି ବିଧାୟକ ସଂକଳ୍ପ ଅମୋନକର କହିଛନ୍ତି ଯେ, ମଦର ଦୂରୁପୋଯୋଗକୁ ନେଇ ସେ ଚିନ୍ତିତ ରହିଛନ୍ତି । ରାଜ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମଦଜନିତ ରୋଗୀଙ୍କ ପାଇଁ ନିଶାମୁକ୍ତ କେନ୍ଦ୍ର ପ୍ରସଙ୍ଗରେ ମଧ୍ୟ ବିଧାନସଭାରେ ପୂର୍ବରୁ ପ୍ରଶ୍ନ ଉଠାଇଛନ୍ତି ସଂକଳ୍ପ । କିନ୍ତୁ ସେ ବର୍ତ୍ତମାନ ପ୍ରେମେନ୍ଦ୍ରଙ୍କ ଏହି ଦାବିରେ ସମର୍ଥନ କରିନାହାନ୍ତି । ସେ କହିଛନ୍ତି ଯେ, ଆମେ ଲୋକଙ୍କୁ ମଦ ଅଭ୍ୟାସରେ ପଡ଼ୁଥିବାର ଦେଖିଛୁ । ମୋର କିଛି ସାଙ୍ଗ ଏହି ଅଭ୍ୟାସରେ ପ୍ରାଣ ହରାଇଥିବା ମଧ୍ୟ ମୁଁ ଦେଖିଛି ବୋଲି କହିଛନ୍ତି ସଂକଳ୍ପ । କିନ୍ତୁ ଗୋଆରେ ମଦ ଉପରେ ପ୍ରତିବନ୍ଧକ ଲଗାଇବା ସମ୍ଭବ ନୁହେଁ ।

Get real time updates directly on you device, subscribe now.