fbpx

Public Speaking ସମୟରେ ନର୍ଭସ ଅନୁଭବ କରୁଛନ୍ତି କି ? Confidence ବୃଦ୍ଧି କରିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ କୁଣ୍ଠାବୋଧ କରିଥାନ୍ତି । ଏହାର ଅନେକ କାରଣ ଥାଇପାରେ ଯେପରି ନର୍ଭସନେସ୍‌, ଭିଡ଼କୁ ଦେଖି ଡରିଯିବା, ରିସର୍ଭଡ୍ ପ୍ରକୃତି ଇତ୍ୟାଦି । ଏଭଳି ବ୍ୟକ୍ତି ଅନ୍ୟମାନଙ୍କ ସାମ୍ନାରେ ନିଜ ଭାବନା ବ୍ୟକ୍ତ କରିବାକୁ ଘାବରାଇଥାନ୍ତି । ଏହା ପବ୍ଲିକ୍ ସ୍ପିକିଂ ଫୋବିଆର ଲକ୍ଷଣ ଅଟେ । ଏଭଳି ବ୍ୟକ୍ତି ସ୍ୱଷ୍ଟ ଏବଂ ପ୍ରଭାବଶାଳୀ ଢ଼ଙ୍ଗରେ ଷ୍ଟେଜରେ କିମ୍ବା ଅଫିସରେ ପ୍ରେଜେଣ୍ଟେସନ ସମୟରେ କହିବାକୁ ଘାବରାଇଥାନ୍ତି । ଏଭଳି ସ୍ଥିତିରେ ଏମାନେ ନିଜକୁ ଦୁର୍ବଳ ଅନୁଭବ କରିଥାନ୍ତି । କ୍ୟାରିୟର ଗ୍ରୋଥରେ ଏହା ବାଧା ସୃଷ୍ଟି କରିପାରେ । ତେବେ ଆସନ୍ତୁ ଜାଣିବା ପବ୍ଲିକ୍ ସ୍ପିକିଂ ଫୋବିଆକୁ ଦୂର କରିବା ପାଇଁ ଏଭଳି କିଛି ଟିପ୍ସ ବିଷୟରେ ଯାହା ଆପଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଆଣିଥାଏ ।

୧. ପ୍ଲାନ୍ କରନ୍ତୁ: ପବ୍ଲିକ୍ ସ୍ପିକିଂ ପାଇଁ ନିଜ ବିଷୟକୁ ଭଲ ଭାବରେ ଅଧ୍ୟୟନ କରନ୍ତୁ । ପ୍ରଥମେ ନିଜ ଅଡିୟାନ୍ସ(ଦର୍ଶକ)ଙ୍କୁ ବୁଝି ବିଚାରି ସେହି ଅନୁସାରେ ନିଜ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ କରନ୍ତୁ । ଏହା ବ୍ୟତୀତ ଅଡିଓ ଏବଂ ଭିଜୁଆଲ କ୍ଲିପ୍ ବ୍ୟବହାର କରି ନିଜ ବିଚାରକୁ ସହଜ ଭାବେରେ ଉପସ୍ଥାପନ କରିପାରିବେ ।

୨. ସରଳ ଭାଷା ବ୍ୟବହାର କରନ୍ତୁ: ଅଧିକାଂଶ ବ୍ୟକ୍ତିଙ୍କ ଧାରଣା ଥାଏ କି ହାଇଫାଇ ଭାଷା ବ୍ୟବହାର କରିବା ଦ୍ୱାରା ବିଚାରକ ଏବଂ ଦର୍ଶକ ଖୁସି ହେବେ । ଏପରି କରନ୍ତୁ ନାହିଁ । ସରଳ ଭାଷା ବ୍ୟବହାର କରିଲେ ଦର୍ଶକ ଆପଣଙ୍କ ବିଷୟକୁ ସହଜରେ ବୁଝିପାରିବେ । ଏଥିପାଇଁ ଆପଣ ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଉଦାହରଣ ମଧ୍ୟ ଉପସ୍ଥାପନ କରିପାରିବେ । ଏହା ଦ୍ୱାରା ଲୋକମାନେ ସହଜରେ କନେକ୍ଟ ହୋଇପାରିବେ । ସହଜ ଭାଷା ବ
ବ୍ୟବହାର କରିଲେ ଆପଣ ମଧ୍ୟ ନର୍ଭସ ଅନୁଭବ କରିନଥାନ୍ତି ।

୩. ବ୍ରେକ୍ ନିଅନ୍ତୁ: ବେଳେ ବେଳେ ପ୍ରେଜେଣ୍ଟେସନ ସମୟରେ ଷ୍ଟେସ୍ ଅନୁଭବ କରିଥାଉ । ଏଥିପାଇଁ ପ୍ରେଜେଣ୍ଟେସନ ମଝିରେ କିଛି ସେକେଣ୍ଡର ବ୍ରେକ୍‌(Pause) ନେଇପାରିବା । କ୍ରମାଗତ କହିଲେ ଗଳା ଉପରେ ମଧ୍ୟ ଚାପ ପଡ଼ିଥାଏ । କିଛି ସେକେଣ୍ଡର Pause ନେବା ଦ୍ୱାରା ମସ୍ତିଷ୍କ ରିଲାକ୍ସ ହୋଇଥାଏ ।

୪. Eye Contact ରଖନ୍ତୁ: କୌଣସି ପବ୍ଲିକ୍ ସ୍ପିକିଂ କିମ୍ବା ପ୍ରେଜେଣ୍ଟେସନ ସମୟରେ eye contact ରଖିବା ଜରୁରୀ ଅଟେ । Eye contact ନଥିଲେ ଦର୍ଶକ ଆପଣଙ୍କୁ ସିରିୟସଲି ନେବେ ନାହିଁ । ଏହା ଦ୍ୱାରା ଆପଣ ଲୋକଙ୍କ ସହ ଏବଂ ଲୋକମାନେ ଆପଣଙ୍କ ସହ ଯୋଡ଼ି ହୋଇପାରିବେ ।

୫. କନଫିଡେନ୍ସ ଏବଂ ସ୍ମାଇଲ: ଦର୍ଶକ(ଅଡିୟାନ୍ସ)ଙ୍କ ପ୍ରଶ୍ନର ଉତ୍ତର ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଯାଇ ଥାନ୍ତୁ । ପ୍ରେଜେଣ୍ଟେସନ କରିବା ସମୟରେ କନଫିଡେନ୍ସ ଲୁକ୍ ସହ ଚେହେରାରେ ସ୍ମାଇଲ ରଖନ୍ତୁ । ପ୍ରେଜେଣ୍ଟେସନ ପାଇଁ ଆପଣ କେତେ ପ୍ରସ୍ତୁତ ହୋଇ ଆସିଛନ୍ତି ଏହାର ନର୍ଭସନେସ୍ ଚେହେରାରେ ସହଜରେ ଦେଖାଯାଇଥାଏ ।

 

Get real time updates directly on you device, subscribe now.