fbpx

ଶଙ୍ଖ ଛାଡିଲେ, ପଦ୍ମ ଧରିଲେ ମମତା, ଦିଲ୍ଲୀରେ ବିଜେପିରେ ଯୋଗ ଦେଲେ ମମତା ମହନ୍ତ

ଓଡିଶା ଭାସ୍କର: ଶଙ୍ଖ ଛାଡିଛନ୍ତି ମମତା ମହନ୍ତ । ବିଜୁ ଜନତା ଦଳ ଛାଡିବା ପରେ ଏବେ ମମତା ପଦ୍ମ ଧରିଛନ୍ତି । ବିଜେପିରେ ସେ ଯୋଗ ଦେଇଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମମତା ମହନ୍ତ ବିଜେପିରେ ସାମିଲ ହୋଇଥିବା ଜଣା ପଡିଛି । ଗତକାଲି ମମତା ବିଜେଡିରୁ ଇସ୍ତଫା ଦେଇଥିଲେ ଓ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସିତ ସରକାର ବିଜେପି ଦଳରେ ଯୋଗ ଦେଇଛନ୍ତି ।

ମମତାଙ୍କ ବିଜେପିରେ ସାମିଲ ହେବା ପୂର୍ବରୁ ରାଜ୍ୟସଭାରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ବିଜେପିରେ ସାମିଲ ହେବା ପରେ ମମତା କହିଛନ୍ତି ଯେ ଲୋକଙ୍କ ସେବା କରିବା ତାଙ୍କ ପ୍ରାଥମିକ ଲକ୍ଷ୍ୟ ଅଟେ । ସେଥିପାଇଁ ସେ ଏହି ଦଳରେ ଯୋଗ ଦେଇଛନ୍ତି ବୋଲି ସେ କହିଛନ୍ତି । ବିଜେପି ଅଧ୍ୟକ୍ଷଙ୍କ ସମେତ ସେ ବିଜେପି ପ୍ରଭାରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । କୁଡମୀ ସମାଜ ପ୍ରତି ଅଧିକ କାମ କରିବାକୁ ସେ ଇଚ୍ଛା ରଖିଛନ୍ତି ବୋଲି ମଧ୍ୟ ଜଣାଇଛନ୍ତି । ମୋଦୀଙ୍କ ବିଚାର ତାଙ୍କୁ ଅନୁପ୍ରାଣିତ କରିବାରୁ ସେ ବିଜେପିରେ ଯୋଗ ଦେଇଥିବା ଜଣାପଡିଛି ।

Get real time updates directly on you device, subscribe now.