fbpx

4G ସପୋର୍ଟ ସହ ମିଳିବ ସୁନ୍ଦର ଲୁକ୍‌, ଶୀଘ୍ର ଲଞ୍ଚ ହେବ HMD 225 4G, ଡିଜାଇନ ହେଲା ଲିକ

ଓଡିଶା ଭାସ୍କର: ଫିନିଶ ମୋବାଇଲ ନିର୍ମାତା କମ୍ପାନୀ HMD ବହୁତ ଶୀଘ୍ର  225 4G ଉପରୁ ପରଦା ଉଠାଇ ପାରେ । କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଲଞ୍ଚ ତାରିଖ ଘୋଷଣା କରାଯାଇ ନାହିଁ । ମାତ୍ର ଅନଲାଇନରେ …ର ଫିଚର ଲିକ ହୋଇଯାଇଛି । ଲିକ ହୋଇଥିବା ସୂଚନା ଅନୁସାରେ, ଫୋନର ଡିଜାଇନ, କଲର ଡିପ୍ଲେ, ବ୍ୟାଟେରୀ ତଥା ଆହୁରି ଅନେକ ସ୍ପେସିଫିକେଶନ ସାମ୍ନାକୁ ଆସିଛି । ଲିକ ହୋଇଥିବା ସୂଚନା ଅନୁସାରେ ଏହା ନୋକିଆ 225 4G ହୋଇ ଥାଇପାରେ । ଯାହାକୁ ଏହି ବର୍ଷର ପ୍ରାରମ୍ଭରେ ଆରମ୍ଭ କରାଯାଇଥିଲା ।

ଫୋନର ସ୍ପେସିଫିକେଶନକୁ ସୋସିଆଲ ମିଡିଆ ପ୍ଲାଟଫର୍ମ @smashx_60 ନାମକ ଜଣେ ୟୁଜର୍ସ ପୋଷ୍ଟ କରିଛନ୍ତି । ତାଙ୍କ କହିବାନୁସାରେ, ଫୋନରେ ବଡ ବେଜଲ ସାଙ୍ଗକୁ ରେକ୍ଟାଙ୍ଗୁଲାର ଡିପ୍ଲେ ରହିଛି । ଏହାବାଦ ଫୋନରେ ସିଙ୍ଗଲ ରିୟର କ୍ୟାମେରା ବି ଅଛି । ଏତତବ୍ୟତୀତ ଫୋନର ପଛପଟେ ୨ ମେଗାପିକ୍ସଲର ରିୟର କ୍ୟାମେରା ମଧ୍ୟ ଲାଗିଛି । ସେହିଭଳି କି ବୋର୍ଡ (keyboard) କଥା କହିଲେ, ଏଥିରେ ନେୱିଗେଶନ ବଟନ ସାଙ୍ଗକୁ ଆନସର ଓ ରିଜେକ୍ଟ ବଟନ ମଧ୍ୟ ଉପଲବ୍ଧ ।

ଏହି ମୋବାଇଲରେ ୪୦୦ ନିଟସର ଅଧିକତମ ବ୍ରାଇଟନେସ ସହ ୨.୪ ଇଞ୍ଚର IPS LCD ଡିପ୍ଲେ ମଧ୍ୟ ରହିଛି । ତାହାସହ Unisoc T 107 ଚିପସେଟ ମଧ୍ୟ ଲଗାଯାଇ ଥାଇପାରେ । ମୋବାଇଲ ପ୍ରଥମ ଝଲକରୁ ଜଣା ପଡୁଛି ଏହା ନୋକିଆ 225 ସହ ଖାପ ଖାଉଛି । ମେବାଇଲଟି ନୀଳ, ସବୁଜ ଓ ଗୋଲାପୀ ରଙ୍ଗରେ ମିଳିବ ବ୍ୟବହାରକାରୀଙ୍କୁ । ଏହା  USB TYPE- C ଚାର୍ଜି ପୋର୍ଟ ସହ ୧୪୫୦ mAh ବ୍ୟାଟେରୀରେ ପରିଚାଳିତ ହେବ । କନେକ୍ଟିଭିଟି କଥା ଉଠିଲେ ଏଥିରେ FM ରେଡିଓ ସାଙ୍ଗକୁ ବ୍ଲୁଟୁଥ ୫,୨ ସପୋର୍ଟ ଉପଲବ୍ଧ । ଫୋନକୁ IP52  ରେଟିଂ ମିଳିଛି । ଏବେ ବି ଫୋନର ଦାମ ଜଣାପଡି ନାହିଁ ।

Get real time updates directly on you device, subscribe now.