fbpx

ଏହି ହର୍ମୋନ କାରଣରୁ ମହିଳା ରଖନ୍ତି ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ, ହୋଶ ଉଡାଇ ଦେବ ଏହି ସତ୍ୟତା…

ଓଡିଶା ଭାସ୍କର: କୌଣସି ସମ୍ପର୍କକୁ ଲମ୍ବା ସମୟ ପର୍ଯ୍ୟନ୍ତ ଚଲାଇବା ପାଇଁ ବିଶ୍ୱାସ ଓ ପ୍ରେମ ନିତାନ୍ତ ଆବଶ୍ୟକ । ମାତ୍ର ସନ୍ଦେହ ସମ୍ପର୍କକୁ କେଇ ମିନିଟରେ ଭାଙ୍ଗିବାର କ୍ଷମତା ରଖେ । ତେବେ ପ୍ରଶ୍ନ ଉଠେ ଜଣେ ପାର୍ଟନର କାହିଁକି ବେୱଫାଇ କରେ । କ’ଣ ମଣିଷର ନିଜର ଇଚ୍ଛା ଏଥିପାଇଁ ଦାୟୀ କିମ୍ବା ଶରୀରରେ ହେଉଥିବା ପରିବର୍ତ୍ତନ ଏଥିପାଇଁ ଦାୟୀ ଅଟେ, ଜାଣିବା …

ହାବାର୍ଡ ୟୁନିଭର୍ସିଟି ଓ ଅଷ୍ଟିନସ୍ଥିତ ଟେକ୍ସାସ ୟୁନିଭର୍ସିଟିର ଏକ ଗବେଷଣାରୁ ଜଣାପଡିଛି ଯେ, ମହିଳା ଓ ପୁରୁଷଙ୍କ ଟେଷ୍ଟୋଷ୍ଟେରନ ଓ କାର୍ଟିସୋଲ ହର୍ମୋନର ଅତ୍ୟଧିକତା ବେୱଫାଇକୁ ପାଇଁ ଦାୟୀ । ଯେଉଁମାନଙ୍କ ପାଖରେ ଏହି ହର୍ମୋନ ଅଧିକ ଥାଏ, ସେହିମାନେ ନିଜ ପାର୍ଟନରଙ୍କୁ ଧୋକା ଦେବା ପରେ ବି ଖୁସି ଅନୁଭବ କରନ୍ତି । ସେମାନଙ୍କୁ ତିଳେ ମାତ୍ର ଦୁଃଖ ଲାଗେ ନାହିଁ ।

ଟେକ୍ସାସ ୟୁନିଭର୍ସିଟିର ମନସ୍ତତ୍ତ୍ୱ (ସାଇକୋଲୋଲି) ବିଭାଗର ପ୍ରଫେସର ରାୱର୍ଟ ଜୋସେଫଙ୍କ କହିବାନୁସାରେ, ହର୍ମୋନର ବ୍ୟବହାର କେତେ ଦୂର ଯାଏ ପୁରୁଷ ଓ ମହିଳାଙ୍କ ଉପରେ ପ୍ରଭାବ ପକାଇପାରେ , ଏହା ୧୯ଶହ ଶତାବ୍ଦୀରୁ ଜଣା ପଡିଥିଲା । ମାତ୍ର ବର୍ତ୍ତମାନ ଏହି ହର୍ମୋନ ଜଣକର ବ୍ୟବହାରକୁ କେମିତି ବଦଳାଇ ପାରିବ ଓ ଏହି ଦୁଇ ହର୍ମୋନ କେତେ ଯୌନ ଉତ୍ତୀପନା ସୃଷ୍ଟି କରିପାରେ ତାହା ଜଣା ପଡିଛି ।

ବୈଜ୍ଞାନିକଙ୍କ କହିବାନୁସାରେ, ଶରୀରରେ ଥିବା ଟେଷ୍ଟୋଷ୍ଟେରନ ହର୍ମୋନ ଡରକୁ କମ କରେ ଓ କୌଣସି ଜିନିଷକୁ ହାସିଲ କରିବାର ସମ୍ବେଦନଶୀଳତାକୁ ବୃଦ୍ଧି କରେ । ଫଳରେ ଜଣେ ପାର୍ଟନର ଆଉ ଜଣକୁ ଧୋକା ଦେବାକୁ ପଛାଏ ନାହିଁ । ଯଦିଓ ସେ କାମ କରିବା ଠିକ ନୁହେଁ ବୋଲି ସେ ଜାଣିଥାଏ । ସେହିଭଳି କୋର୍ଟିସୋଲ ହର୍ମୋନ ମସ୍ତିଷ୍କରେ ଏକ କାରଣର ନିର୍ମାଣ କରେ ଜଣେ ଆଉ ଜଣକୁ କାହିଁକି ଧୋକା ଦେବ, ତାହା ନିର୍ଣ୍ଣୟ କରିବା ପାଇଁ । ଏହି ଗବେବଷଣା ପାଇଁ ଅନେକ ଲୋକଙ୍କ ଉପରେ ଏହାର ପରୀକ୍ଷଣ କରିଥିଲେ ବିଶେଷଜ୍ଞ ଦଳ ।

Get real time updates directly on you device, subscribe now.