fbpx

ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଏଲନ ମସ୍କ! ନିକୋଲାସ ମଦୁରୋଙ୍କ ସହ ହେବ କଡ଼ା ଟକ୍କର

ନୂଆଦିଲ୍ଲୀ: ସର୍ବଦା ଚର୍ଚ୍ଚାର ଘେରରେ ରହିଆସୁଥିବା ବିଶ୍ୱର ଅନ୍ୟତମ ଧନଶାଳୀ ବ୍ୟକ୍ତି ତଥା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ର ପ୍ରତିଷ୍ଠାତା ଏଲନ ମସ୍କଙ୍କୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ମସ୍କ । ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମଦୁରୋ ଜାତୀୟ ଗଣମାଧ୍ୟମରେ ଦେଇଥିବା ଏହି ଆହ୍ୱାନକୁ ମସ୍କ ସ୍ୱୀକାର କରିଛନ୍ତି । ଏଥିସହିତ ଯଦି ଏହି ଲଢ଼େଇରେ ମଦୁରା ପରାଜୟ ବରଣ କରନ୍ତି ତେବେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ ବୋଲି ମସ୍କ କହିଛନ୍ତି ।

ସେହିପରି ଏହି ଲଢ଼େଇରେ ଯଦି ମଦୁରୋ ବିଜୟୀ ହେବେ ହେବେ ତେବେ ସେ ମଦୁରୋଙ୍କୁ ମଙ୍ଗଳ ଗ୍ରହକୁ ବୁଲାଇ ନେବେ ବୋଲି ମସ୍କ କହିଛନ୍ତି । ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆମେରିକାର ଉତ୍ତର ଉପକୂଳବର୍ତ୍ତୀ ଏକ ଦେଶ ହେଉଛି ଭେନେଜୁଏଲା । ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନରେ ଜାଲିଆତି ହୋଇଥିବା ନେଇ ପୂର୍ବରୁ ମସ୍କ ଅଭିଯୋଗ କରିଆସୁଥିଲେ । ଏହାକୁ ନେଇ ଭେନେଜୁଏଲା ରାଷ୍ଟ୍ରପତି ମଦୁରୋ କଡ଼ା ଜବାବ ଦେଇଥିଲେ । ମସ୍କ ସମଗ୍ର ବିଶ୍ୱକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ମଦୁରୋ ପ୍ରତିକ୍ରିୟାରେ କହିଥିଲେ ।

Get real time updates directly on you device, subscribe now.