fbpx

ହ୍ୱାଟସ ଆପ ଆଣିଲା ନୂଆ ବୋବାଲ ଫିଚ଼ର: ଏହାର ଲାଭ ଉଠେଇବା ପାଇଁ ତୁରନ୍ତ ଅପଡେଟ କରନ୍ତୁ, ଅଧିକ ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ

ଓଡିଶା ଭାସ୍କର: ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ମେସେଞ୍ଜିଙ୍ଗ ଆପ ହେଉଛି ହ୍ୱାଟସ୍ ଆପ । ଏହି ଆପରେ ଆପଣଙ୍କୁ ଅନେକ ଫିଚର୍‌ ମିଳିଥାଏ । ତେବେ କିଛି ବ୍ୟବହାରକାରୀଙ୍କୁ ସମସ୍ତ ଫିଚର୍‌ ବିଷୟରେ ଜଣାନଥାଏ ।

ସେହିପରି ହ୍ୱାଟସ ଆପର ନୂଆ ଅପଡେଟ୍ ଅନୁସାରେ ଏଭଳି ଏକ ଫିଚର୍‌ ହେଉଛି ଡିପି କିମ୍ବା ପ୍ରୋଫାଇଲ୍‌ ଫଟୋକୁ ହାଇଡ୍‌ କରିବାର । ଅନେକ ଉପାୟରେ ଏହାକୁ ହାଇଡ୍‌ କରି ନିଜର ଡିପିକୁ ଲୁଚାଇପାରିବେ । ଏଥିପାଇଁ ଆପଣଙ୍କୁ ଅନେକ ବିକଳ୍ପ ଚୟନ କରିବାକୁ ହୋବ । ସରଳ ପଦ୍ଧତିରେ ଖୁବ୍‌ ସହଜରେ ଏହା କରିପାରିବେ ।

ନୂଆ ଫିଚରକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ହ୍ୱାଟ୍ସଆପ୍‌ ଖୋଲିବାକୁ ପଡିବ। ଏହାପରେ ଡାହାଣ ପଟେ ଉପରକୁ ଦେଖାଯାଉଥିବା ୩ଟି ବିନ୍ଦୁ ଉପରେ କ୍ଲିକ୍‌ କରିବାକୁ ପଡିବ। ଏଠାରେ ଆପଣ ପ୍ରାଇଭେସିକୁ ଚୟନ କରିବେ । ଏଠାରେ ପ୍ରୋଫାଇଲ୍‌ ଫଟୋର ବିକଳ୍ପ ମିଳିବ ।

ଏହାକୁ କ୍ଲିକ୍‌ କରିବାକୁ ପଡିବ । ଏଠାରେ କିଛି ଅପସନ୍ ଆସିବ ।ଏଥିପାଇଁ ଆପଣଙ୍କୁ  my contact except ର ବିକଳ୍ପକୁ ବାଛିବାକୁ ପଡିବ । ଯାହାକୁ ଆପଣ ଚୟନ କରି ଥିବେ । ଏହାପରେ ତାକୁ ହାଇଡ୍‌ କରି ପାରିବେ ।

Get real time updates directly on you device, subscribe now.