fbpx

(video): ମା’ ହୋଇ ପାରୁ ନାହାନ୍ତି ‘କାଁଟା ଲଗା’ ଗର୍ଲ, ବିବାହର ୧୦ ବର୍ଷ ବିତି ସାରିଛି, ଶେଫାଳି କହିଲେ, ‘ଆମେ ଛୁଆ ପାଇଁ ପ୍ରୟାସ କରୁଛୁ’

ଓଡିଶା ଭାସ୍କର: ମାତ୍ର ୧୯ ବର୍ଷ ବୟସରେ ଶେଫାଳି ନିଜର ଏକ ମ୍ୟୁଜିକ ଭିଡିଓ ମାଧ୍ୟମରେ ଖୁବ ପରିଚିତ ହୋଇ ପାରିଥିଲେ । ମ୍ୟୁଜିକ ଭିଡିଓ ‘କାଁଟା ଲଗା’ ତାଙ୍କୁ ବେଶ୍ ପ୍ରସିଦ୍ଧି ମଧ୍ୟ ଦେଇଥିଲା । ଏହି ଗୀତ ରାତି ରାତି ତାଙ୍କୁ ଜାତୀୟସ୍ତରରେ ପରିଚୟ ମଧ୍ୟ ଦେଇଥିଲା । ସେ ରାତାରତି ନ୍ୟାଶନଲ ସେସଶନଲ ବନି ଯାଇଥିଲେ । ମ୍ୟୁଜିଓ ଭିଡିଓ ପରେ ଶେଫାଳି ବଲିଉଡରେ ସଲମାନ ଖାନ, ଅକ୍ଷୟ କୁମାର ଓ ପ୍ରିୟଙ୍କା ଚୋପ୍ରାଙ୍କ ସିନେମା ‘ମୁଝସେ ଶାଦି କରୋଗୀ’ ରେ କେମିଓ ଭାବରେ ନଜର ଆସିଲେ ।
ତେବେ ‘କାଁଟା ଲଗା’ ଗାର୍ଲ ଆଜି ଅନେକ ଦୂର ଯାଇସାରିଛନ୍ତି । ବିବାହ ବି କରିଛନ୍ତି । କିନ୍ତୁ, ମା’ ହୋଇପାରୁ ନାହାନ୍ତି ଏହି ସୁନ୍ଦରୀ ସୁଢୁଳ ଅଭିନେତ୍ରୀ ।୨୦୦୮ ମସିହାରେ ଶେଫାଳି ରିୟାଲିଟି ଶୋ’ ରେ ନଜର ଆସିଥିଲେ । ଶେଷଥର ପାଇଁ ସେ ସଲମାନ ଖାନଙ୍କ ରିୟଲିଟି ଶୋ’ ‘ବିଗ ବସ’- ୧୩ ରେ ଶେଫାଳି ଦେଖିବାକୁ ମିଳିଥିଲେ । ଯାହା ତାଙ୍କୁ ଲାଇମ ଲାଇଟକୁ ଆଣିଥିଲା ।

ଏକ ସାକ୍ଷାତକାରରେ ତାଙ୍କର ମା’ ହେବାକୁ ନେଇ ପ୍ରଶ୍ନ କରାଯାଇଥିଲା । ପ୍ରତ୍ୟୁତ୍ତରରେ ଶେଫାଳି ଜରିୱାଲା କହିଥିଲେ ଯେ, ନିଜ ସନ୍ତାନଙ୍କୁ ସମସ୍ତେ ଭଲ ପାଆନ୍ତି । ମାତ୍ର, ଅନ୍ୟର ସନ୍ତାନକୁ ପ୍ରେମ କରିବା ହେଉଛି ବଡ କଥା । ଦୁନିଆରେ ଅନେକ ସନ୍ତାନଙ୍କୁ ମା’ର ଆବଶ୍ୟକତା ରହିଛି । ସେ ଛୁଆବେଳୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ବିଷୟରେ ଭଲ ସେ ଜାଣିଛନ୍ତି ବୋଲି ମଧ୍ୟ କହିଛନ୍ତି ।

ଶେଫାଳି ଓ ତାଙ୍କ ସ୍ୱାମୀ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ମନସ୍ଥ କରିଛନ୍ତି । ଏହା ଏକ ଲମ୍ବା ପ୍ରକ୍ରିୟା ହୋଇଥିବାରୁ ଟିକେ ସମୟ ଲାଗୁଛି ବୋଲି ‘କାଁଟା ଲଗା’ ଗାର୍ଲ ଜଣାଇଛନ୍ତି । ତାଙ୍କ ପରିବାର ମଧ୍ୟ ଏଥିପାଇଁ ରାଜି ଅଛି । ସନ୍ତାନ ଜନ୍ମକୁ ନେଇ ସେ ଜଣାଇଛନ୍ତି ଯେ ତାଙ୍କ ପତିଙ୍କ ସହ ତାଙ୍କର ବୟସର ତାରତମ୍ୟ ଅଧିକ ଥିବାରୁ ତାଙ୍କର ମା’ ହେବାରେ ଟିକେ ଅସୁବିଧା ରହୁଛି । ପାରସ ଓ ସେ ଜଣେ ଝିଅ ଚାହାଁନ୍ତି ବୋଲି ଏହି ଅଭିନେତ୍ରୀ କହିଛନ୍ତି ।

 

Get real time updates directly on you device, subscribe now.