fbpx

କାହାକୁ ମିଳିବ ଅଧିନାୟକ ପଦ? ରୋହିତଙ୍କ ପରେ ଏହି ଖେଳାଳି ହେବେ ଟେଷ୍ଟ Captain…

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବତ୍ତ;ମାନ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିସାରିଛନ୍ତି । ଏବେ କେବଳ ଦିନିକିଆ ଏବଂ ଟେଷ୍ଟ ଦଳରେ ସେ ସାମିଲ ଥିବା ବେଳେ ତାଙ୍କ ହାତରେ ନେତୃତ୍ୱ ମଧ୍ୟ ରହିଛି । ତେବେ ଟି-୨୦ରୁ ବିଦାୟ ନେବା ପରେ ବର୍ତ୍ତମାନ ତାଙ୍କ ଉତ୍ତରାଧିକାରୀ ଖୋଜିବା ଆରମ୍ଭ କରିଛି ବିସିସିଆଇ । ରୋହିତଙ୍କ ପରେ କିଏ ଅଧିନାୟକ ଦାୟିତ୍ୱ ନେବେ, ସେ ନେଇ ଆଲୋଚନା ଜାରି ରହିଛି । ତେବେ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଦାୟିତ୍ୱ ନେଇଥିବା ବେଳେ ଉପ-ଅଧିନାୟକ ପଦରେ ଶୁଭମନ ଗିଲଙ୍କୁ ଦାୟିତ୍ୱ ଦିଆଯାଇଛି । ଏବେ ଟେଷ୍ଟରେ ଆଗକୁ କିଏ ହେବେ ଅଧିନାୟକ?

ରୋହିତ ଶର୍ମାଙ୍କ ପରେ ଟେଷ୍ଟ ଅଧିନାୟକ ଦୌଡ଼ରେ ଖୁବ ଆଗରେ ରହିଛନ୍ତି ଷ୍ଟାର ଓପନର ଶୁଭମନ ଗିଲ୍ । ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଫର୍ମାଟରେ ନିଜ ସ୍ଥାନ ପକ୍କା କରିଥିବା ଗିଲ୍ ଆଗକୁ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ଗ୍ରହଣ କରିପାରନ୍ତି । ୨୪ ବର୍ଷୀୟ ଷ୍ଟାର ଓପନର ଗିଲ୍ ନିଜ ଦମଦାର ବ୍ୟାଟିଂ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହାବ୍ୟତୀତ ଆଇପିଏଲରେ ମଧ୍ୟ ସେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଉଛନ୍ତି । ଟି-୨୦ରୁ ଅବସର ନେବା ପରେ ରୋହିତଙ୍କ କ୍ୟାରିୟରକୁ ନେଇ ଚର୍ଚ୍ଚା ହେଉଛି । ସେ ଆଉ ବେଶୀ ଦିନ ଦଳରେ ସାମିଲ ରହିପାରିବେ ନାହିଁ ବୋଲି କୁହାଯାଉଛି । ତେଣୁ ଆଗକୁ ଦଳ ପାଇଁ ନୂଆ ଅଧିନାୟକ ଭାବରେ ଶୁଭମନ ଗିଲଙ୍କୁ ଦାୟିତ୍ୱ ଦେଇପାରେ ବିସିସିଆଇ ।

ଶ୍ରୀଲଙ୍କା ଗସ୍ତରେ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଶୁଭମନ ଗିଲଙ୍କୁ ଉପ-ଅଧିନାୟକ ପଦ ଦିଆଯାଇଛି । ତେଣୁ ଏହା ବିସିସିଆଇର ସଂକେତ ବୋଲି କୁହାଯାଇପାରେ । ମାତ୍ର ୨୪ ବର୍ଷ ବୟସରେ ଗିଲ୍ କ୍ରିକେଟର ସମସ୍ ଫର୍ମାଟରେ ଶତକ ହାସଲ କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଗିଲ୍ ଟିମ ଇଣ୍ଡିଆ ପାଇଁ ୨୧ ଟି-୨୦ ମ୍ୟାଚରୁ ୫୭୮ ରନ୍ କରିଥିବା ବେଳେ ତାଙ୍କର ଟେଷ୍ଟ କ୍ୟାରିୟର ମଧ୍ୟ ବେଶ୍ ଉଜ୍ଜ୍ୱଳ ରହିଛି । ଦମଦାର ବ୍ୟାଟିଂ ପାଇଁ ସେ ଲମ୍ବା ସମୟ ପର୍ଯ୍ୟନ୍ତ ଦଳରେ ସାମିଲ ରହିପାରିବେ ଏବଂ ଦଳର ଅଧିନାୟକ ପଦ ମଧ୍ୟ ଗ୍ରହଣ କରିପାରିବେ ଗିଲ୍ ।

Get real time updates directly on you device, subscribe now.