fbpx

USB Type C Cable ଖରାପ କରୁଛି ଆପଣଙ୍କ ମୋବାଇଲ! ଆଜି ହିଁ ଏହି ଭୁଲକୁ ସୁଧାରି ନିଅନ୍ତୁ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ଆଣ୍ଡ୍ରଏଡ ମୋବାଇଲରେ ଚାର୍ଜିଙ୍ଗ ପାଇଁ ଦେଉଛନ୍ତି କମ୍ପାନୀ । କିନ୍ତୁ ଆପଣ ଜାଣିଛନ୍ତି କି, ଏହି ୟୁଏସବି ଟାଇପ-ସି କେବୁଳ ଆପଣଙ୍କ ମୋବାଇଲକୁ ଖରାପ କରିପାରେ? କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ନିଶ୍ଚିତ, କିନ୍ତୁ ଏହା ସତ । ଆପଣ ଚାର୍ଜ କରୁଥିବା ମୋବାଇଲ ଫୋନ୍ ଚାର୍ଜର ଆପଣଙ୍କ ମୋବାଇଲକୁ ଖରାପ କରିପାରେ । ତେବେ ଏଥିରୁ ମୋବାଇଲକୁ ରକ୍ଷା କରିବା ପାଇଁ ଜାଣି ନିଅନ୍ତୁ ସରଳ ଉପାୟ ।

ନୂଆ ଫୋନ୍ କିଣିବା ବେଳେ ମୋବାଇଲର ରିଟେଲ ବକ୍ସରେ କମ୍ପାନୀ ତରଫରୁ ଯେଉଁ କେବୁଲ ଆସିଥାଏ, ତାହାକୁ ବ୍ୟବହାର କରିବା ଉଚିତ୍ । କିନ୍ତୁ କମ୍ପାନୀ ତରଫରୁ ମିଳୁଥିବା ଏହି ଚାର୍ଜର ଯଦି ଖରାପ ହୋଇଯାଏ, ତେବେ ଅନ୍ୟ କୌଣସି ଲୋକାଲ ଚାର୍ଜର ବ୍ୟବହାର କରିବା ଉଚିତ୍ ନୁହେଁ । ଏହି କେବୁଲ ଖରାପ ହେଲେ, କିଛିଟା ଟଙ୍କା ରଖିବା ପାଇଁ ଯଦି ଲୋକାଲ ମାର୍କେଟରୁ ୟୁଏସବି ଟାଇପ୍ ସି କେବୁଲ କିଣିବା ଉଚିତ୍ ନୁହେଁ । ଏହା ଆପଣଙ୍କ ଫୋନକୁ ଖରାପ କରିପାରେ । ଶସ୍ତା ୟୁଏସବି ଦ୍ୱାରା ଆଣଡ୍ରଏଡ ମୋବାଇଲ ଚାର୍ଜ କରାଇଲେ, ଏହା ଫୋନରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିପାରେ । ଫୋନ୍ ଖରାପ ହେବା ଅର୍ଥ ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇପାରେ ।

ଚାର୍ଜିଙ୍ଗ ପୋର୍ଟ ଖରାପ ହେବା: ଆପଣ ଯଦି ଅଲଗା ଅଲଗା କ୍ୱାଲିଟି କେବୁଲ ସାହାଯ୍ୟରେ ମୋବାଇଲ ପୋନ୍ ଚାର୍ଜ କରୁଛନ୍ତି ତେବେ ସାବଧାନ୍ ରୁହନ୍ତୁ । ଫୋନରୁ କେବୁଲ ବାହାର କରିବା ସମୟରେ ଏହାକୁ ଜୋରରେ ଟାଣନ୍ତୁ ନାହିଁ । ଏହାଦ୍ୱାରା ଚାର୍ଜିଂ ପୋର୍ଟ ଢିଲା ହେବା ସହିତ ଖରାପ ମଧ୍ୟ ହୋଇପାରେ ।

ସର୍ଟ ସର୍କିଟ: ଖରାପ କ୍ୱାଲିଟି ୟୁଏସବି ଟାଇପ୍ ସି କେବୁଲ ବ୍ୟବହାର କରିବା ଦ୍ୱାରା ଫୋନରେ ସର୍ଟ ସର୍କିଟ ହୋଇପାରେ । ଏହାଦ୍ୱାରା ଫୋନ୍ ବ୍ୟାଟେରୀ କିମ୍ବା ଅନ୍ୟ ଇଲେକ୍ଟ୍ରିକାଲ ପାର୍ଟ ମଧ୍ୟ ଖରାପ ହୋଇପାରେ ।

ଓଭରହିଟିଙ୍ଗ: କିଛି କେବୁଲ ଗୁଣାବତ୍ତା ଖୁବ କମ୍ ହୋଇଥାଏ ଏବଂ ଅଧିକ କରେଣ୍ଟ ନେଇଥାଏ । ଏଭଳି ପରିସ୍ଥିତିରେ ଫୋନ୍ ଓଭରହିଟିଙ୍ଗ ଭଳି ସମସ୍ୟା ହୋଇପାରେ । ଏହାସହିତ ଓଭରହିଟିଙ୍ଗ ବ୍ୟତୀତ ବ୍ୟାଟେରୀ ଲାଇଫ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ।

କିପରି କରିବେ ବ୍ୟବହାର: ଯଦି ଫୋନ୍ ସହ÷ ଆସିଥିବା ଅରିଜିନାଲ କେବୁଲ ଖରାପ ହୋଇଯାଏ, ତେବେ ଲୋକାଲ କେବୁଲ ପରିବର୍ତ୍ତେ ସର୍ଭିସ ସେଣ୍ଟରରୁ ଅରିଜିନାଲ କେବୁଲ ହିଁ କିଣନ୍ତୁ । ସେହିପରି କେବୁଲ ଫୋନରୁ ବାହାର କରିବା ସମୟରେ ଏହାକୁ ଧୀରେ ବାହାର କରନ୍ତୁ, ଜୋରରେ ଟାଣିବା ପାଇଁ ପ୍ରୟାସ କରନ୍ତୁ ନାହିଁ ।

Get real time updates directly on you device, subscribe now.