fbpx

୩ ହଜାର ଟଙ୍କା ଶସ୍ତା ହେଲା 5G ଫୋନ୍: ଅଗଷ୍ଟ ୫ ପର୍ଯ୍ୟନ୍ତ ରହିଛି ଅଫର, ଆଜି ହିଁ କିଣି ନିଅନ୍ତୁ

ନୂଆଦିଲ୍ଲୀ: ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ ରହିଥିବା ବେଳେ ଶସ୍ତାରେ ଇଣ୍ଟରନେଟ ଚଳାଇବାକୁ ସବୁ ଗ୍ରାହକ ଚାହିଁଥାନ୍ତି । କିଛି ଟେଲିକମ୍ କମ୍ପାନୀ ବର୍ତ୍ତମାନ ସମୟରେ ଅନଲିମିଟେଟ୍ ୫ଜି ଇଣ୍ଟରନେଟ୍ ସେବା ପ୍ରଦାନ କରୁଛନ୍ତି । ତେଣୁ ଏପରି ସ୍ଥିତିରେ ୫ଜି ଫୋନ୍ ବ୍ୟବହାର କରିବା ଗ୍ରାହକଙ୍କ ପାଇଁ ଜରୁରୀ ହୋଇ ପଡ଼ିଛି । ୫ଜି ଫୋନରେ ଗ୍ରାହକମାନେ ଅଧିକ ସୁବିଧା ପାଇ ପାରିବେ । ତେବେ ଆପଣମାନେ ଯଦି ଶସ୍ତାରେ ୫ଜି ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଏନେଇ ଆସିଛି ଏକ ବଢ଼ିଆ ଅଫର ।

ଖବର ମୁତାବକ, ଫ୍ଲିପକର୍ଟ ସେଲ ଭାରତରେ ଏକ ପପୁଲାର ଇ-କମର୍ସ ପ୍ଲାଟଫର୍ମ ହୋଇଥିବା ବେଳେ ଏହି ପ୍ଲାଟଫର୍ମରେ ନିକଟରେ ସେଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହସ ସେଲ ଅଗଷ୍ଟ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ଲାଟଫର୍ମରୁ ଗ୍ରାହକମାନେ ମୋବାଇଲ ଠାରୁ ଆରମ୍ଭ କରି ଅନେକ ଘରୋଇ ଆଇଟମ୍ କ୍ରୟରେ ବମ୍ଫର ରିହାତି ପାଇ ପାରିବେ । ଫ୍ଲିପକର୍ଟର ଏହି ସେଲରେ ଭିଭୋର ହ୍ୟାଣ୍ଡସେଟ ଶସ୍ତାରେ ମିଳୁଛି । ଏହି ସେଲରେ ଭିଭୋ ଟି୨ ପ୍ରୋ ୫ଜିକୁ ଡିସକାଉଟ ସହିତ ଲିଷ୍ଟେଡ୍ କରାଯାଇଛି ।

ଭିଭୋ ଟି୨ ପ୍ରୋ ୫ଜିର ଓରିଜିନାଲ ମୂଲ୍ୟ ୨୩,୯୯୯ ଟଙ୍କା ରହିଛି । ସେଥିରେ ୮ଜି ରାମ ଓ ୨୫୬ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ରହିଛି । ତେବେ ବର୍ତ୍ତମାନ ଏହି ହ୍ୟାଣ୍ଡସେଟ୍ ମାତ୍ର ୨୦,୯୯୯ ଟଙ୍କାରେ କିଣିବାର ସୁଯୋଗ ମିଳୁଛି । ଏହି ଫୋନରେ ୬.୭୮ ଇଞ୍ଚର ଡିସପ୍ଲେ ଦିଆଯାଇଛି । ଶସ୍ତାରେ ୫ଜି ଫୋନ୍ କିଣିବାକୁ ଇଚ୍ଛୁକ ଥିବା ଗ୍ରାହକମାନେ ଆସନ୍ତାକାଲି ପରେ ଆଉ ଏହି ସୁଯୋଗ ପାଇବେ ନାହିଁ ।

Get real time updates directly on you device, subscribe now.