fbpx

(Video) ପ୍ରକୃତିର ବିଚିତ୍ର! ନଦୀରେ ପାଣି ଭଳି ବହି ଚାଲିଛି ରକ୍ତ…..ଦେଖିଲେ ମନ ଓ ଶରୀର ଶିହରୀ ଉଠୁଛି

ନୂଆଦିଲ୍ଲୀ: ଆଜି ବି ଆମ ବିଶ୍ୱର କୋଣ ଅନୁକୋଣର ଏଭଳି କିଛି ସ୍ଥାନ ରହିଛି ଯେଉଁ ସ୍ଥାନର ରହସ୍ୟ ଅନେକଙ୍କ ପାଇଁ ଗୁପ୍ତ ହୋଇ ରହିଛି । ତେବେ ଏଭଳି କିଛି ରହସ୍ୟଜନକ କାହାଣୀକୁ ନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ କିଛି ଭିଡିଓ ଭାଇରାଲ ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ରକ୍ତର ନଦୀର ପ୍ରବାହ । ନଦୀରେ ପାଣି ଭଳି ରକ୍ତ ବହିଯିବାର ଦୃଶ୍ୟ ଦେଖିଲେ ସତେ ଯେମିତି ଦେହ ଶିତେଇ ଉଠେ । ମନରେ ଅଚାନକ ଅଜ୍ଞାତ ଭୟ ସଞ୍ଚାର ହୋଇଉଠେ ।

ତେବେ ଏଭଳି ଲାଲ ରଙ୍ଗର ରକ୍ତ କ’ଣ ପାଇଁ ନଦୀରେ ପ୍ରବାହିତ ହୁଏ ତା’ର କାରଣ ଆପଣମାନେ ଜାଣିବା ନିହାତି ଜରୁରୀ । ପ୍ରକୃତ କଥା ହେଉଛି ପେରୁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । କୁସ୍କୋ ସହରର ଠାରୁ ପାଖାପାଖି ୧୦୦ କିମି ଦୂରରେ ଏହି ଲାଲ ନଦୀ ଅବସ୍ଥିତ । ଏହି ନଦୀର ଜଳକୁ ଦେଖିଲେ ଲାଗିବ ସତେ ଯେମିତି ରକ୍ତର ନଦୀ ବହିଚାଲିଛି । ପ୍ରକୃତ କଥା କିନ୍ତୁ ତାହା ନୁହେଁ । ବିଭିନ୍ନ ସ୍ତରରେ ରହିଥିବା ଖଣିଜ ପଦାର୍ଥ ପାଇଁ ଏହି ନଦୀର ପାଣି ଲାଲ ରଙ୍ଗ ହୋଇଥାଏ । ବିଶେଷ କରି ଆଇରନ ଅକ୍ସାଇଡର ଉପସ୍ଥିତି କାରଣରୁ ଏହା ହୋଇଥାଏ ବୋଲି କୁହାଯାଏ । ତେବେ ରକ୍ତ ଭଳି ପାଣି ପ୍ରବାହିତ ହେଉଥିବାରୁ ଏହି ନଦୀକୁ ସେହି ଅଞ୍ଚଳର ଲୋକମାନେ ‘ପୁକାବାୟୁ’ ବୋଲି କହିଥାନ୍ତି । କ୍ୱେଶୁଆ ଭାଷାରେ ପୁକାର ଅର୍ଥ ହେଉଛି ଲାଲ ଓ ମାୟୁର ଅର୍ଥ ହେଉଛି ନଦୀ । ସୋସିଆଲ ମିଡ଼ିଆରେ ଏହି ନଦୀର ଅବିଶ୍ୱସନୀୟ ଭିଡିଓ ଦେଖିବା ପରେ ସେହି ଅଞ୍ଚଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

Get real time updates directly on you device, subscribe now.