fbpx

Junk Food ଖାଇବା ଅଭ୍ୟାସ ଆଣିପାରେ ଅନେକ ରୋଗ: ମୁକ୍ତି ପାଇବାକୁ ଆପଣାନ୍ତୁ ଏହି Tips

ଓଡ଼ିଶା ଭାସ୍କର: ଆମେ ସମସ୍ତେ ଭଲ ଭାବେ ଜାଣିଛୁ ଯେ, ଜଙ୍କ୍ ଫୁଡ୍ ଆମ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ । ଏହା ଜାଣିବା ସତ୍ତେ୍ୱ ଜଙ୍କ୍ ଫୁଡ୍ ବା ଫାଷ୍ଟ୍ ଫୁଡ୍ ଖାଇବା ଅଭ୍ୟାସ ସହଜରେ କେହି ବି ଛାଡ଼ି ପାରନ୍ତି ନାହିଁ । ଆଉ ଫଳସ୍ୱରୂପ ଆପଣମାନଙ୍କ ଓଜନ ବୃଦ୍ଧି ପାଇବା ସହିତ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଆପଣମାନେ ଗତି କରନ୍ତି । ବିଶେଷଜ୍ଞ ମାନଙ୍କ କହିବା କଥା ଯେ, ଫାଷ୍ଟ୍ ଫୁଡ୍ ଖାଇବା ଦ୍ୱାରା ମଣିଷର ସ୍ମରଣ ଶକ୍ତି କମି କମି ଚାଲିଥାଏ । ଏହା ବ୍ୟତୀତ ପାଚନ ସମସ୍ୟା ଓ ମାନସିକ ବିଷାଦ ଗ୍ରସ୍ତ ହେବାର ମଧ୍ୟ ସମ୍ଭାବନା ରହିଛି ।

ଏମିତିରେ ବି ଅନେକ ଲୋକ ଫାଷ୍ଟ୍ ଫୁଡ୍ ଖାଇବା ଅଭ୍ୟାସ ସହଜରେ ଛାଡ଼ିପାରନ୍ତି ନାହିଁ । ଆଉ ଯଦି ଆପଣ ମାନେ ବି ଫାଷ୍ଟ ଫୁଡ୍ ବର୍ଜନ କରିପାରୁନାହାନ୍ତି ତେବେ ଆମର ଏହି ରିପୋର୍ଟ ପଢ଼ନ୍ତୁ । ଆମେ ଆପଣଙ୍କୁ ଜଙ୍କ୍ ଫୁଡ୍ ଛାଡ଼ିବାର ଉପାୟ କହିବୁ ।

୧. ପୁରୁଣା ଅଭ୍ୟାସକୁ ଛାଡ଼ିବା ସହଜ ହୋଇନଥାଏ । କିନ୍ତୁ ଯଦି ଆପଣ ମନରେ କୌଣସି କଥାକୁ ସ୍ଥିର କରୁଛନ୍ତି କିମ୍ବା ତାକୁ କରିବା ପାଇଁ ମନରେ ଦୃଢ଼ତା ଆଣୁଛନ୍ତି ତାହେଲେ ଆପଣ ତାହା ନିଶ୍ଚୟ ଭାବରେ କରିପାରିବେ । ସେହିପରି ଭାବରେ ଜଙ୍କ୍ ଫୁଡ୍ ଛାଡ଼ିବାକୁ ମନରେ ଏକ ଦୃଢ଼ତା ଆଣନ୍ତୁ ।

୨. ସବୁଠାରୁ ପ୍ରଥମେ ଆପଣ ଜାଣିବା ଦରକାର ଯେ, କେଉଁ ଜିନିଷ ଦେଖିଲେ ଆପଣଙ୍କ ଖାଇବାର ଇଛା ଜାଗ୍ରତ ହେଉଛି । ଯେମିତିକି ଯଦି ଆପଣଙ୍କୁ କୌଣସି ସମୟରେ ମିଠା ଖାଇବା ଇଛା ହେଉଛି ତେବେ ଆପଣ ତାହା ନକରି ୱକ୍ ରେ ଚାଲିଯାଆନ୍ତୁ ।

୩. ଆପଣ ନିଜର ପ୍ରତିଦିନ ଖାଇବା ରୁଟିନ୍ ରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ । ଯଦି ଆପଣ ଖାଇବାରେ ଚକଲେଟ୍ କିମ୍ବା ମିଠା ଅଥବା କ୍ରିମ୍ ଜିନିଷ ଖାଇବାକୁ ପସନ୍ଦ କରୁଛନ୍ତି । ତେବେ ତାକୁ ଆପଣ ହର୍ବାଲ ଚା’ରେ ପରିବର୍ତ୍ତନ କରିପାରିବେ । ଆଉ ଯଦି

ବୋର୍ ହେବା ସମୟରେ ଖାଇବାକୁ ଇଛା ହେଉଛି ତେବେ ଇଲାଇଚି ଚୋବାନ୍ତୁ ।

୪. ମିଲ୍ ପ୍ଲାନ୍ କୁ ବଦଳାନ୍ତୁ । ଏଥିରେ ହଳଦୀ ଭଳି ଜିନିଷୁ ଆଡ୍ କରନ୍ତୁ । ଏପରି କରିବା ଦ୍ୱାରା ଅନ୍ୟ କୌରସି ଜିନିଷ କଥା ମନେ ପଡ଼ିବ ନାହିଁ । ମିଲ୍ ପ୍ଲାନ୍ କରିବା ପରେ ସେହି ଅନୂଯାୟୀ ଖାଦ୍ୟ ଗ୍ରହଣ କରନ୍ତୁ ।

୫. ଆପଣ ଗୋଟିଏ ପେପର୍ ରେ ନିଜର ମିଲ୍ ପ୍ଲାନ୍ ଲେଖି କାନ୍ଥରେ ଲଗାଇଦିଅନ୍ତୁ । ଯାହାଫଳରେ ଯେତେବେଳେ କି ଜଙ୍କ୍ ଫୁଡ୍ ଖାଇବାକୁ ଇଚ୍ଛା ହେବ ତାକୁ ଦେଖିବେ ଏବଂ ସେହି ଅନୁସାରେ ଖାଦ୍ୟ ଖାଇବେ ।

Get real time updates directly on you device, subscribe now.