fbpx

JIO ୟୁଜର୍ସଙ୍କୁ ଖୁସି ଖବର: ମିଳିବ ମାଗଣା Extra Data, ୭୨ ଦିନ ପର୍ଯ୍ୟନ୍ତ ରିଚାର୍ଜରୁ ମୁକ୍ତି

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଭାରତୀୟ ଟେଲିକମ୍ ମାର୍କେଟର କୋଟି କୋଟି ୟୁଜରଙ୍କ ପ୍ରିୟ ହୋଇପାରିଛି । ରିଚାର୍ଜ ପ୍ଲାନ ମହଙ୍ଗା ହେବା ପରେ ଏହି କମ୍ପାନୀ ୟୁଜରଙ୍କୁ ଅନେକ ଅଫର ପ୍ରଦାନ କରୁଛି । ତେବେ ଉପଲବ୍ଧ ଥିବା ପ୍ଲାନରେ ଜିଓ ବିଭିନ୍ନ ସ୍ପେଶାଲ ସୁବିଧା ଆଡ୍ କରିଥାଏ । ଏହା ଭିତରେ କମ୍ପାନୀ ତରଫରୁ ୟୁଜରଙ୍କୁ ଏକ୍ସଟ୍ରା ଡାଟା ପ୍ରଦାନ କରୁଛି । ଏହି ପ୍ଲାନ ଏଲିଜିବୁଲ ୟୁଜରମାନଙ୍କୁ ଅନଲିମିଟେଡ ୫ଜିର ସୁବିଦା ମଧ୍ୟ ପ୍ରଦାନ କରିବ । ତେବେ ଜିଓ ତରପରୁ ଏହି ପ୍ଲାନରେ ଅତିରିକ୍ତ ୨୦ ଜିବି ଡାଟା ପାଇପାରିବେ ୟୁଜର ।

ଲମ୍ବା ଭ୍ୟୃାଲିଡିଟି ଏବଂ ଅଧିକ ଡାଟା ବିକଳ୍ପ ପାଇବା ପାଇଁ ଜିଓ ଏକ ଭଲ ରିଚାର୍ଜ ପ୍ଲାନ ସାମିଲ କରିଛି । କମ୍ପାନୀ ତରଫରୁ କେବଳ ଗୋଟିଏ ପ୍ଲାନ ସହ ୭୨ ଦିନର ଭ୍ୟାଲିଡିଟି ପ୍ରଦାନ କରିଥାଏ । କିନ୍ତୁ ଏହି ପ୍ଲାନରେ କମ୍ପାନୀ ୨୦ ଜିବି ଡାଟା ବେନିଫିଟ୍ ପ୍ରଦାନ କରୁଛି ଏବଂ ୟୁଜରଙ୍କୁ ମୋଟ ୧୬୪ ଜିବି ଡାଟା ପ୍ରଦାନ କରିବ କମ୍ପାନୀ । ୭୪୯ ଟଙ୍କା ରିଚାର୍ଜ ପ୍ଲାନରେ ଏହି ସୁବିଦା ପାଇବେ ୟୁଜର । ଏହି ପ୍ଲାନରେ ରିଚାର୍ଜ କଲେ, ୭୨ ଦିନର ଭ୍ୟାଲିଡିଟି ସହ ଦୈନିକ ଡାଟା ଫାଇଦା ମିଳିପାରିବ । ଏହି ପ୍ଲାନ ୨ ଜିବି ଡେଲି ଡାଟା ସହ ୨୦ ଜିବି ଅତିରିକ୍ତ ଡାଟା ମଧ୍ୟ ପ୍ରଦାନ କରୁଛି । ଏହାବ୍ୟତୀତ ସମସ୍ତ ନେଟୱର୍କକୁ ଅନଲିମିଟେଡ କଲିଙ୍ଗ ଫାଇଦା ମଧ୍ୟ ଭ୍ୟାଲିଡିଟି ପିରିୟଡ ପାଇଁ ମିଳିଥାଏ । ଅନ୍ୟ ରିଚାର୍ଜ ପ୍ଲାନ ପରି ପ୍ରତିଦିନ ୧୦୦ ଏସଏମଏସ ସୁବିଧା ମଧ୍ୟ ଏହି ପ୍ଲାନରେ ମିଳିପାରିବ ।

ଅନ୍ୟ ସମସ୍ତ ପ୍ଲାନରେ ଏହି ପ୍ଲାନରେ ମଧ୍ୟ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ ଭଳି ଜିଓ ଫ୍ୟାମିଲିର ବିଭିନ୍ନ ଆପ୍ସକୁ ଆକ୍ସସ ମିଳିଥାଏ । ଦୀର୍ଘ ଦିନର ଭ୍ୟାଲିଡିଟିରେ ୪ଜି ୟୁଜର୍ସଙ୍କୁ ଦୈନିକ ୨ ଜିବି ଡାଟା ମିଳୁଥିବା ବେଳେ ଅନଲିମିଟେଡ ୫ଜି ଡାଟା ସୁବିଧା ଉପଲବ୍ଧ ରହିଛି । ୫ଜି ସେବା ଉପଲବ୍ଧ ଥିବା ସ୍ଥାନରେ ୟୁଜରଙ୍କ ପାଇଁ ଅନଲିମିଟେଡ ଡେଲି ଡାଟା ମିଳିପାରିବ । ତେବେ ଏଥିପାଇଁ ୟୁଜରଙ୍କ ପାଖରେ ୫ଜି ମୋବାଇଲ ରହିବା ଆବଶ୍ୟକ ।

Get real time updates directly on you device, subscribe now.