fbpx

ଅନ୍ଧାରରେ ଶୋଇବା କାହିଁକି ପସନ୍ଦ କରିଥାନ୍ତି ବ୍ୟକ୍ତି ? ଜାଣନ୍ତୁ ଏହା ମସ୍ତିଷ୍କ ଉପରେ କିପରି ପ୍ରଭାବ ପକାଇଥାଏ

ଓଡ଼ିଶା ଭାସ୍କର: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସନ୍ତୁଳିତ ଆହାର ଓ ବ୍ୟାୟାମ ଯେତିକି ଆବଶ୍ୟକ ସୁନିଦ୍ରା ମଧ୍ୟ ଜରୁରୀ ଅଟେ । ସାଧାରଣତଃ ଜଣେ ନର୍ମାଲ ବ୍ୟକ୍ତିକୁ ଦିନରେ ୮ ଘଣ୍ଟାର ପର୍ଯ୍ୟାପ୍ତ ନିଦ୍ରା ଆବଶ୍ୟକତା ହୋଇଥାଏ । ଶୋଇବା ଦ୍ୱାରା ଆମ ଉଭୟ ଶରୀର ଏବଂ ମସ୍ତିଷ୍କ ରିଲାକ୍ସ ହୋଇଥାଏ । କିଛି ଲୋକମାନେ ଅନ୍ଧାରରେ ଶୋଇବା ପାଇଁ ପସନ୍ଦ କରିଥାନ୍ତି ତ କିଛି ଆଲୁଅରେ ।

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଶୋଇବା ସମୟରେ ଲାଇଟ୍ ଅନ୍ କରି ଶୋଇଲେ ଅଜାଣତରେ ଆମ ନର୍ଭସ ସିଷ୍ଟମ ଜାଗ୍ରତ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ପ୍ରାୟ ୧୦୦୦ ଲୋକଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଅଧ୍ୟୟନ ପାଇଁ ଲୋକଙ୍କୁ ୨ଟି ସମୂହରେ ବିଭକ୍ତ କରାଯାଇଥିଲା । କିଛି ସପ୍ତାହ ପରେ ଉଭୟ ସମୂହ ବ୍ୟକ୍ତିଙ୍କ ରକ୍ତ ଶର୍କରା ସ୍ତର ଏବଂ ଇନସୁଲିନ୍ ରେଜିଷ୍ଟାନ୍ସ ଯାଞ୍ଚ୍ କରାଯାଇଥିଲା । ଏହାର ପରିଣାମ ସମସ୍ତଙ୍କୁ ଚକିତ କରିଥିଳା । ଅନ୍ଧାରେ କକ୍ଷରେ ଶେଇଥିବା ବ୍ୟକ୍ତିଙ୍କ ରକ୍ତ ଶର୍କରା ସ୍ତର ଏବଂ ଇନସୁଲିନ୍ ରେଜିଷ୍ଟାନ୍ସ ଅନ୍ୟ ବ୍ୟକ୍ତିଙ୍କ ଠାରୁ ଅପେକ୍ଷାକୃତ ଉତ୍ତମ ଥିଲା । ଏହା ବ୍ୟତୀତ ଶୋଇବା ସମୟରେ ଆଲୋକ ଶରୀରର କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ଅନ୍ଧାର କକ୍ଷରେ ଶୋଇବା ଦ୍ୱାରା ଶରୀର ଉପରେ କ’ଣ ପ୍ରଭାବ ପଡ଼ିଥାଏ ।

୧. ଉତ୍ତମ ନିଦ୍ରା: ଅନ୍ଧାର କକ୍ଷରେ ଶୋଇବା ଦ୍ୱାରା ନିଦ୍ରାର ଗୁଣବତ୍ତା ବୃଦ୍ଧି ହୋଇଥାଏ । ଶରୀର ତଥା ମସ୍ତିଷ୍କକୁ ସମ୍ପୂର୍ଣ୍ଣ ରିଲାକ୍ସ ହୋଇଥାଏ । ଆମେ ସକାଳେ ତାଜା ଅନୁଭବ କରିଥାଉ ।

୨. ହର୍ମୋନାଲ ସନ୍ତୁଳନ: ଅନ୍ଧାର କକ୍ଷରେ ଶୋଇବା ଦ୍ୱାରା ଶରୀରରେ ମେଲାଟେନିନ୍ ହର୍ମୋନ ସଠିକ ମାତ୍ରାରେ ତିଆରି ହୋଇଥାଏ । ଫଳରେ ଉତ୍ତମ ନିଦ୍ରା ସହ ଚାପ ହ୍ରାସ ହୋଇଥାଏ ।

୩. ଉତ୍ତମ ସ୍ୱାସ୍ଥ୍ୟ: ଅନ୍ଧାରରେ ଶୋଇବା ଦ୍ୱାରା ଶୀଘ୍ର ନିଦ ଆସିଥାଏ ଏବଂ ମସ୍ତିଷ୍କ ସ୍ୱାସ୍ଥ୍ୟ ନିୟନ୍ତ୍ରିତ ରହିଥାଏ । ଏହା ବ୍ୟତୀତ ଏଙ୍ଗଜାଇଟି, ଡିପ୍ରେସନ୍, ମୋଟାପଣ, ଡାଇବେଟିସ୍, ହାଇପରଟେନ୍ସନ, ହୃଦରୋଗ ଭଳି ଅନେକ ସମସ୍ୟା ଦୂରେଇ ରହିଥାଏ ।

ତେବେ ଆସନ୍ତୁ ଜାଣିବା ଶୋଇବାର ସଠିକ୍ ଉପାୟ ବିଷୟରେ

୧. ଶୋଇବା ପୂର୍ବରୁ କକ୍ଷ ସମ୍ପୂର୍ଣ୍ଣ ଅନ୍ଧାର ରଖନ୍ତୁ । ନଚେତ କକ୍ଷରେ ଡିମ୍ ଲାଇଟ୍ ଲଗାଇପାରିବେ ।

୨. ମୋବାଇଲ, ଲାପଟପ୍ ଭଳି ଇଲେକ୍ଟ୍ରୋନିକ୍ ଗାଜେଟ୍ ଗୁଡ଼ିକୁ ଶୋଇବା ପୂର୍ବରୁ ବନ୍ଦ ରଖନ୍ତୁ ।

୩. ଶୋଇବା ପୂର୍ବରୁ କକ୍ଷରେ ଶାନ୍ତ ବାତାବରଣ ବଜାୟ ରଖନ୍ତୁ । ଆପଣ ଚାହିଁଲେ କକ୍ଷରେ ଧୀମା ସଂଗୀତ ଲଗାଇପାରିବେ । ଏହା ଦ୍ୱାରା ମସ୍ତିଷ୍କ ଏବଂ ଶରୀର ରିଲାକ୍ସ ହୋଇଥାଏ ।

୪. ଶୋଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୁନିଶ୍ଚିତ କରନ୍ତୁ । ଆପଣ ଶୀଘ୍ର ଶୋଇବା ସହ ଶୀଘ୍ର ଉଠିଥାନ୍ତି ଏବଂ ଆପଣଙ୍କ body clock ଉତ୍ତମ ରହିଥାଏ ।

Get real time updates directly on you device, subscribe now.