fbpx

(Video) ଆସନ୍ତା ୧୦ରୁ ୧୩ ତାରିଖରେ ଘଟିବ ପ୍ରଳୟ! ପୃଥିବୀ ପାଇଁ ବିରାଟ ବିପଦ, ମାଡି ଆସୁଛି ୫ଟି ଆଷ୍ଟ୍ରଏଡ

ଓଡ଼ିଶା ଭାସ୍କର: ମହାକାଶରେ ପ୍ରତ୍ୟେକ ଦିନ ଅନେକ ପରିବର୍ତ୍ତନ ଘଟୁଛି । ଏହାଭିତରେ ପୃଥିବୀ ପ୍ରତି ବିପଦ ସଂକେତ ମିଳିଛି । ସାରା ବିଶ୍ୱ ପାଇଁ ମାଡି ଆସୁଛି ମହାବିପଦ । ମାନବ ସମାଜ ପାଇଁ ଏହା ବିନାଶର ଏକ ବିରାଟ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏ ନେଇ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଚେତାବନୀ ଜାରି କରିଛି । ଏକା ସାଙ୍ଗରେ ୫ଟି ଆଷ୍ଟ୍ରଏଡ(କ୍ଷୁଦ୍ରଗ୍ରହ) ଦ୍ରୁତଗତିରେ ପୃଥିବୀ ଆଡକୁ ମାଡି ଆସୁଥିବା ଜାଣିବାକୁ ମିଳିଛି । ଆସନ୍ତା ଅଗଷ୍ଟ ୧୦ରୁ ୧୩ ତାରିଖ ମଧ୍ୟରେ ଏହା ପୃଥିବୀ ସହ ଧକ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି । ଯାହାଦ୍ୱାରା ପୃଥିବୀ ଧ୍ୱଂସ ହୋଇଯିବାର ଭୟ ମଧ୍ୟ ଘାରିଛି ।

ଆସନ୍ତା ୫ ଦିନ ଯାଏଁ ପୃଥିବୀ ଆଡକୁ ବଡ ସଂଖ୍ୟାରେ କ୍ଷୁଦ୍ରଗ୍ରହ ଦତଗତିରେ ମାଡିଆସିବାକୁ ଯାଉଛି । ବଡ ବଡ ଅଟ୍ଟାଳିକା ସାଇଜର କ୍ଷୁଦ୍ରଗ୍ରହ ପୃଥିବୀ ସହ ଧକା ହେବାର ସମ୍ଭାବନା ରହିଛି । ତେଣୁ ଏହା ଉପରେ ଆମେରିକା ସ୍ପେସ ଏଜେନ୍ସି ନାସା ସମେତ ସାରା ଦୁନିଆର ନଜର ରହିଛି । ନାସାର ଜେଟ୍ ପ୍ରୋପଲସନ ଲାବୋରେଟ୍ରୀ ଅନୁସାରେ, ୫ଟି ବିଶାଳ କ୍ଷୁଦ୍ରଗ୍ରହ ଅଗଷ୍ଟ ୮ରୁ ୧୩ ଅଗଷ୍ଟ ଭିତରେ ପୃଥିବୀ ଆଡକୁ ଆସୁଛନ୍ତି । ଏହାଭିତରୁ ସବୁଠୁ ବଡ ସାଇଜ ୨୦୨୪ କେଏଚ୩ ର, ଯାହା ୬୧୦ ଫୁଟ ଉଚ୍ଚ । ଏହିସବୁ କ୍ଷୁଦ୍ରଗ୍ରହ ଉପରେ ସବୁ ବୈଜ୍ଞାନିକମାନେ ନଜର ରଖିଛନ୍ତି ।

୧୦ ଅଗଷ୍ଟ ବେଳକୁ କେଏଚ୩ କ୍ଷୁଦ୍ରଗ୍ରହ ପୃଥିବୀ ନିକଟରେ ପହଂଚିଯିବ । ଯାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ । ବିଶାଳ କ୍ଷୁଦ୍ରଗ୍ରହ ଅଗଷ୍ଟ ୧୦ ତାରିଖରେ ପୃଥିବୀରୁ ପ୍ରାୟ ୫.୬ ମିଲିୟନ କିଲୋମିଟର ଦୂରରେ ପହଞ୍ଚିଯିବ । ସେହିପରି ଅଗଷ୍ଟ ୧୨ ତାରିଖରେ ବି ଆଉ ଏକ କ୍ଷୁଦ୍ରଗ୍ରହ ପୃଥିବୀ ଆଡକୁ ଆସୁଛି । ଯାହାର ନାଁ ୨୦୨୪ ଓଏନ୨, ଯାହାର ଡାୟମିଟର ୧୨୦ ଫିଟ । ଏହା ଏଖ ଫ୍ଲାଇଟ ସହ ସମାନ ବୋଲି କୁହାଯାଇପାରେ । ରିୁପୋର୍ଟ ହିସାବରେ, ଏହା ପୃଥିବୀ ନିକଟକୁ ଅଗଷ୍ଟ ୧୨ ତାରିଖ ସୁଦ୍ଧା ପହଞ୍ଚିପାରେ । ନିଜ ଯାତ୍ରା ବେଳେ ଏହା ୬.୮ ମିଲିୟନ କିଲୋମିଟର ଦୂର ଅତିକ୍ରମ କରିବ ।

ଆଉ କ୍ଷୁଦ୍ରଗ୍ରହ ହେଲା ୨୦୨୪ ପିକେ୧, ଯାହା ଅଗଷ୍ଟ ୧୦ ତାରିଖରେ ପୃଥିବୀ ନିକଟରେ ପହଂଚିବ । ଏହାର ବି ସାଇଜ ବହୁତ ବଡ । ଆଉ ଏକ କ୍ଷୁଦ୍ରଗ୍ରହ ହେଲା ୨୦୨୪ ପିଏନ୧, ଯାହାର ଡାୟମିଟର ୮୬ ଫୁଟ । ଏହା ଆଜି ଅର୍ଥାତ ଅଗଷ୍ଟ ୮ ତାରିଖରେ ପୃଥିବୀରେ ପହଞ୍ଚିବାର ଅଛି । ନାସା ସମେତ ସମଗ୍ର ବିଶ୍ୱର ସ୍ପେସ ଏଜେନ୍ସି ଏହା ଉପରେ ନଜର ରଖିଛନ୍ତି । ପିଏସ୧ ନାମକ ଏକ କ୍ଷୁଦ୍ରଗ୍ରହ ୧୩ ଅଗଷ୍ଟରେ ପୃଥିବୀ ଆଡକୁ ଦୃତବେଗରେ ମାଡିଆସୁଛି । ଏହାର ଆକାର ଅନ୍ୟ ତୁଳନାରେ କମ୍ । ତଥାପି ଏହାର ଡାୟମିଟର ୫୮ ଫୁଟ । ତେବେ ଆସ୍ୱସ୍ତିକର କଥା ହେଲା ଏହା ଯେ, ଏହା ପୃଥିବୀ ସହ ଧକା ହେବାର ସମ୍ଭାବନା ବର୍ତମାନ ନାହିଁ ।

Get real time updates directly on you device, subscribe now.