fbpx

(video): ଅର୍ସଦଙ୍କ ଐତିହାସିକ ବିଜୟ, ରେକର୍ଡଭରା ୯୨.୯୭ ମିଟର ଥ୍ରୋ, ଅଲିମ୍ପିକ୍ସରେ ନୀରଜଙ୍କୁ ହରାଇ କାନ୍ଦିଲେ ସ୍ୱର୍ଣ୍ଣ ବିଜେତା

ଓଡିଶା ଭାସ୍କର: ଅର୍ସଦ ଅଦ୍ଭୂତ ଇତିହାସ ରଚିଛନ୍ତି । ଚାରିଆଡେ ଏବେ ଛାଇ ଯାଇଛନ୍ତି ପାକିସ୍ତାନର ଏହି ସୁପରଷ୍ଟାର । ପ୍ୟାରିସ ଅଲିମ୍ପିକ୍ସରେ ଜାଭଲିନ ଥ୍ରୋ ପ୍ରତିଯୋଗିତାରେ ପ୍ରାୟ ୯୨.୯୭ ମିଟର ଜାଭଲିନ ଫିଙ୍ଗି ସେ ଜିତିଛନ୍ତି ସ୍ୱର୍ଣ୍ଣ । ତାହାସହ ତାଙ୍କଠୁ ହାରି ଡିଫେଣ୍ଡିଂ ଚାମ୍ପିୟନ ନୀରଜ ରୌପ୍ୟରେ ସନ୍ତ୍‌ୁଷ୍ଟ ରହିଛନ୍ତି । ଏହାବାଦ ଅଲିମ୍ପିକ୍ସରେ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ପାକିସ୍ତାନୀ ଖେଳାଳି ହୋଇଛନ୍ତି ।

୯୨.୯୭ ମିଟର ଜାଭଲିନ ଫିଙ୍ଗି ସେ ଅଲିମ୍ପିକ୍ସ ରେକର୍ଡ ତିଆରି କରିଛନ୍ତି । ସେ ଜାଭଲିନ ଫାଇନାଲରେ ଦୁଇଥର ୯୦ ମିଟର ଉପରେ ଥ୍ରୋ କରିଥିଲେ । ନଦୀମ ସ୍ୱର୍ଣ୍ଣ ଜିତିବା ପରେ ବେଶ୍ ଭାବବିହ୍ୱଳ ହୋଇ ପଡିଥିଲେ । ପାକିସ୍ତାନର ରାଷ୍ଟ୍ରୀୟ ଧ୍ୱଜକୁ ନିଜ ଦେହରେ ଧରି ଅର୍ସଦ କାନ୍ଦୁଥିଲେ । ନୀରଜଙ୍କ ଭଳି ସୁପରଷ୍ଟାର ତଥା ଗୋଲଡେନ ବୟଙ୍କୁ ହରାଇ ଅର୍ସଦ ଏହି ଐତିହାସିକ ବିଜୟ ପାଇଥିବାରୁ ତାଙ୍କ ଆଖିରୁ ଲୁହ ଆସି ଯାଉଥିଲା । ତାହାସହ ଦର୍ଶକଙ୍କ ପାଖକୁ ଯାଇ ସେ କୃତଜ୍ଞତା ଜ୍ଞାପନ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.