fbpx

ଅଗଷ୍ଟ ୧୫ ପୂର୍ବରୁ NIAକୁ ମିଳିଲା ବଡ଼ ସଫଳତା; UAEରୁ ଭାରତ ଆଣିଲା ବବର ଖାଲସା ଆତଙ୍କବାଦୀ

ନୂଆଦିଲ୍ଲୀ: ଆବୁଧାବିରୁ ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନ ସମର୍ଥକ ତତ୍ତ୍ୱ ତରସେମ ସାନ୍ଧୁଙ୍କୁ ଭାରତ ଆଣିଛି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) । ବେଆଇନ କାର୍ଯ୍ୟକଳାପ ଆଇନ ଅଧୀନରେ ତାଙ୍କୁ ଗିରଫ କରାଯାଇ ଶୁକ୍ରବାର ଭାରତ ଅଣାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ପଞ୍ଜାବର ତରନତାରନ୍ ବାସିନ୍ଦା ଲଖବୀର ସିଂହ ସାନ୍ଧୁ ଓରଫ ଲଣ୍ଡାଙ୍କ ଭାଇ । ଏବେ ସେ କାନାଡା ପାଇଁ କାମ କରୁଛନ୍ତି ବୋଲି କୁହାଯାଉଛି ।

ଅଧିକାରୀମାନେ କହିଛନ୍ତି ଯେ ତାରସେମ ସିଂ ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ସହିତ ଜଡିତ ଅଛନ୍ତି । ଏନଆଇଏ ଅନୁଯାୟୀ, ତରସେମ ସାନ୍ଧୁ ମେ ୨୦୨୨ରେ ପଞ୍ଜାବ ପୋଲିସଗୁଇନ୍ଦା ମୁଖ୍ୟାଳୟରେ ଆରପିଜି ଆକ୍ରମଣ ଏବଂ ଡିସେମ୍ବର ୨୦୨୨ରେ ତରନ ତାରନର ସରହାଲି ପୋଲିସ ଷ୍ଟେସନରେ ଆରପିଜି ଆକ୍ରମଣର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିଲେ ।

ପାକିସ୍ତାନ ଓ ଅନ୍ୟାନ୍ୟ ଦେଶରେ ରହୁଥିବା ଖଲିସ୍ତାନୀ କାର୍ଯ୍ୟକର୍ତ୍ତା, ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗରେ ଏନଆଇଏ ପକ୍ଷରୁ ବିଭିନ୍ନ ଚାର୍ଜସିଟ୍ରେ ତରସେମଙ୍କ ନାମ ରହିଛି । ଏନଆଇଏ ଅନୁଯାୟୀ, ତରସେମ ସାନ୍ଧୁ ବିଦେଶରେ ରହୁଥିବା ଆତଙ୍କବାଦୀଙ୍କ ଜରିଆରେ ଯୁବକମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ, ଜବରଦଖଲ, ସୀମା ପାର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ଭାରତରେ ଥିବା ତାଙ୍କ ସହଯୋଗୀମାନଙ୍କୁ ପ୍ରୋତ୍ସାହିତ କରିବାରେ ସମ୍ପୃକ୍ତ ଅଛନ୍ତି।

Get real time updates directly on you device, subscribe now.