fbpx

ଶିମିଳିପାଳ ଅଭୟାରଣ୍ୟକୁ ଜଗିବ ଏଆଇ କ୍ୟାମେରା: ଶିକାରୀ ମାଫିଆଙ୍କ ଉପରେ ରଖିବ କଡ଼ା ନଜର

ଭୁବନେଶ୍ୱର: ଦେଶରେ ପ୍ରଥମ ଥର ପାଇଁ ଓଡିଶା ମୟୂରଭଞ୍ଜ ସ୍ଥିତ ଅଭୟାରଣ୍ୟରେ ଲାଗିବ ଏଆଇ କ୍ୟାମେରା । ଏଥର ଜଙ୍ଗଲେ ଶିକାର କରୁଥିବା ଶିକାରୀ ମାଫିଆଙ୍କୁ ଜବତ କରିବ ଏଆଇ କ୍ୟମେରା । ଶିମିଳିପାଳ ଜଙ୍ଗଲରେ କୌଣସି ବି ବେଆଇନ୍ କାର୍ଯ୍ୟକୁ ରୋକିବାରେ ସାହାର୍ଯ୍ୟ କରିବ । ଏହି ଏଆଇ କ୍ୟାମେରା ୩୬୦ ଡିଗ୍ରୀ ଗତି ସହ ଜଙ୍ଗଲର କୋଣ ଅନୁକୋଣ ଉପରେ ନଜର ରଖି ନିଜ ଭିତରେ ସବୁ କଏଦ୍ କରିବ ।

ସୂଚନା ଆନୁସାରେ, ଶିମିଳିପାଳ ଜଙ୍ଗଲର ସୁରକ୍ଷା ପାଇଁ ଅତ୍ୟାଧୁନିକ ଏଆଇ କ୍ୟାମେରା ଲାଗିବ । ବ୍ୟାଘ୍ର ସଂରକ୍ଷଣ ଟିମ୍ ବା ଏସଟିଆର ପକ୍ଷରୁ ଏଭଳି କିଛି ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ଶିମିଳିପାଳ ଡେପୁଟି ଡାଇରେକ୍ଟର ସୂଚନା ଦେଇଛନ୍ତି ।

ସେହିପରି ପ୍ରତି ୧୫ରୁ ୨୯ କିମି ଦୂରତା ଅନ୍ତରାଳରେ ଗୋଟେ ଗୋଟେ ଏଆଇ ଟାଓ୍ବାର ଲାଗିବ । ଯାହା ଦ୍ବାରା ଏହା ୧୫ କିମି ରାଡିୟସରେ ଜଙ୍ଗଲରେ ଲାଗୁଥିବା ନିଆଁ, ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ କାମ କରିବ ସହିତ ଶିକାରୀଙ୍କ ଉପରେ ନଜର ରଖିବ । ପ୍ରଥମ ପର୍ୟ୍ୟାୟରେ ଶିମିଳିପାଳ ଅଭୟାରଣ୍ୟର ୨୭୫୦ ବର୍ଗ କିମି ଭିତରେ ୨୦୦୦ରୁ ଅଧିକ ଟାଓ୍ବାର ଲାଗିବ । ଏଥିରେ ଉଚ୍ଚକ୍ଷମତା ବିଶିଷ୍ଟ ରିୟଲ ଟାଇମ କ୍ୟାମେରା ଲାଗିବ । କିଛି ବି ଜାଗାରେ ଅନିୟମିତତା ଦେଖିଲେ ଏହା ସଙ୍ଗେ ସଙ୍ଗେ ଏସଟିଆର ଟିମକୁ ଏକ ନୋଟିଫିକେସନ ଦେବ, ଯାହାଦ୍ବାରା ଟିମ୍ ସଠିକ ପଦକ୍ଷେପ ଗ୍ରହଣ କରିପାରିବେ ।

Get real time updates directly on you device, subscribe now.