fbpx

ଜାମ୍ମୁ କାଶ୍ମୀର ସୀମାରେ ନକ୍ସଲ-ଯବାନ ଘମାଘୋଟ ଲଢ଼େଇ: ଦୁଇ ଭାରତୀୟ ଯବାନ ଆହତ

ନୂଆଦିଲ୍ଲୀ: ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଜାମ୍ମୁ କାଶ୍ମୀର ଅନ୍ତନାଗ ଠାରେ ଚାଲିଛି ଘମାଘୋଟ ଲଢେଇ । ଘଟଣାସ୍ଥଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏନକାଉଣ୍ଟରରେ ଦୁଇ ଯବାନ ଆହତ ହୋଇଥିବା ଜଣାପଡିଛି । ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଯାହାର ପାଲଟା ଜବାବ ଦେଇଥିଲେ ଭାରତୀୟ ସୁରକ୍ଷା ବାହିନୀ।

ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଦକ୍ଷିଣ କାଶ୍ମୀର ଜିଲ୍ଲାର କୋକରନାଗ ଅଞ୍ଚଳର ଅହଲାନ ଗଡୋଲେରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ବିଦେଶୀ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଏହି ଅପରେସନରେ ସେନାର ସ୍ପେଶାଲ ଫୋର୍ସ ଗଠନ କରାଯାଇଥିଲା ।

Get real time updates directly on you device, subscribe now.