fbpx

‘ଆଳୁ’କୁ ନେଇ ଘଟିଲା ଏକ ଅଜବ ଘଟଣା! ୫ କେଜି ଆଳୁ ପାଇଁ ଚାକିରିରୁ ସସପେଣ୍ଡ ହେଲେ ଜଣେ ସବ-ଇନ୍ସପେକ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଓଡ଼ିଶାବାସୀଙ୍କୁ ଆକାଶଛୁଆଁ ‘ଆଳୁ ଦର’ କନ୍ଦାଇବାରେ ଲାଗିଛି । କେଜି ପିଛା ୨୦-୨୫ ଟଙ୍କାରେ ବିକ୍ରି ହେଉଥିବା ଆଳୁ ରେଟ୍ ଅଚାନକ ୬୦-୭୦ରେ ପହଞ୍ଚି ଯାଇଥିଲା । ଫଳରେ ନିଜ ପରିବାର ପାଇଁ ୩ କେଜି ଆଳୁ ନେଉଥିବା ଗ୍ରାହକଙ୍କୁ କେବଳ ୧ କେଜି ଆଳୁ କିଣି ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ପରିସ୍ଥିତି ଅସହ୍ୟ ହେବାରୁ ଆଳୁର ଦର ହ୍ରାସ ପାଇଁ ରାଜ୍ୟ ସରକାର ହସ୍ତକ୍ଷେପ କରିଥିଲେ । ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଥିଲା । ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ଶସ୍ତାରେ ଆଳୁ ବିକ୍ରି କରାଯାଇଛି ।

ତେବେ ଏହା ମଧ୍ୟରେ ଆଳୁକୁ ନେଇ ଘଟିଯାଇଛି ଏକ ଅଜବ ଘଟଣା । ଆଳୁ ପାଇଁ ଜଣେ ପୋଲିସ ବାବୁଙ୍କ ଚାକିରି ଚାଲିଯାଇଛି । ପ୍ରକୃତ କଥା ହେଉଛି, ଉତ୍ତରପ୍ରଦେଶର କନୌଜାରେ କାର୍ଯ୍ୟରତ ଜଣେ ସବ-ଇନ୍ସପେକ୍ଟର ଲାଞ୍ଚରେ ଆଳୁ ଆଳୁ ମାଗି ଚାକିରିରୁ ସସପେଣ୍ଡ ହୋଇଛନ୍ତି । ତେବେ ପ୍ରକୃତ କଥା କିନ୍ତୁ ତା’ ନୁହେଁ । ପୋଲିସ ବାବୁ ‘ଆଳୁ’ ଶବ୍ଦକୁ କୋଡ୍ ୱାର୍ଡ ଭାବେ ପ୍ରୟୋଗ କରିôଥଲେ । ଏହି ମାମଲାକୁ ଦଫାରକ୍ଷା କରିବା ପାଇଁ ପୋଲିସ ବାବୁ ଲାଞ୍ଚ ମାଗୁଥିବାର ଏକ ଅଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିଭାଗୀୟ ସମ୍ପୃକ୍ତ ଖାକି ବାବୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।

ଭାଇରାଲ ହେଉଥିବା ଅଡିଓରେ ଏସଆଇ ବାବୁ ଜଣଙ୍କର ଜଣେ କୃଷକଙ୍କୁ ୩ କିଲୋ ‘ଆଳୁ’ (କୋଡ୍ ୱାର୍ଡ) ଲାଞ୍ଚ ମାଗୁଥିବା ଶୁଣିବାକୁ ମିଳିଥିଲା । ତେବେ କୃଷକ ଜଣଙ୍କ ବାବୁଙ୍କ ଦାବି ପୂରଣ କରିବାକୁ ଅସମର୍ଥ ପ୍ରକାଶ କରିବା ସହ ୨ କିଲୋ ଆଳୁ ଦେବାକୁ ରାଜି ହୋଇଥିଲେ । ମାତ୍ର ଏହା ଶୁଣି ବାବୁ ଜଣଙ୍କର ମୂଳ ଦାବି ଉପରେ ଜୋର ଦେଇଥିଲେ । ଶେଷରେ ୩ କେଜି ଆଳୁ ଦେବା ପାଇଁ ଡିଲ୍ ଫାଇନାଲ ହୋଇଥିଲା । ଏହି ଘଟଣାର ଅଡିଓକୁ କନୌଜ ପୋଲିସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଶେୟା କରିଛି । ‘ଆଳୁ’କୁ ନେଇ ସୃଷ୍ଟି ହୋଇଥିବା ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.