fbpx

ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ ୨୦୨୪: Pardo Alla Carriera ଆୱାର୍ଡ଼ରେ ସମ୍ମାନିତ ହେଲେ ବଲିଉଡର ବାଦଶାହ, ଫ୍ୟାନ୍ସଙ୍କୁ କହିଲେ ଆଇ ଲଭ୍ ୟୁ ଟୁ

ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଖାନ୍ ଭାବେ ପରିଚିତ ଶାହରୁଖ ଖାନ୍ । ନିଜ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି । ଅଗଷ୍ଟ ୧୦ରେ ତାଙ୍କୁ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ୍ ୨୦୨୪ରେ Pardo Alla Carriera ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା । ଏହି ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ପାଇ ଶାହରୁଖ ନିଜ ଖୁସି ବ୍ୟକ୍ତ କରିଛନ୍ତି । ଏହି ଇଭେଣ୍ଟ ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସ୍ୱିଜରଲ୍ୟାଣ୍ଡରେ ୭୭ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ ଅବସରରେ ଶାହରୁଖ ଖାନ୍ କଳା ରଂଗର ସାର୍ଟ ଓ ପ୍ୟାଣ୍ଟ୍ ସହ ମ୍ୟାଚିଂ ବ୍ଲେଜରରେ ଫର୍ମାଲ ଲୁକରେ ନଜର ଆସିଥିଲେ । ପୁରସ୍କାର ଗ୍ରହଣ କରିବା ପରେ ସେ ଏକ ଲମ୍ବା ଭାଷଣ ଦେଇ କହିଥିଲେ, ‘ଲୋକାର୍ନୋର ଅତି ସୁନ୍ଦର, ଅତି ସାଂସ୍କୃତିକ, ଅତି ସୃଜନଶୀଳ ଏବଂ ଅତି ହଟ୍ ଶହରରେ ଭବ୍ୟ ସ୍ୱାଗତ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଏତେ ସଂଖ୍ୟକ ଲୋକମାନଙ୍କୁ ଦେଖି ମୋତେ ଭାରତ ଭଳି ଅନୁଭବ ହେଉଛି । ମୋତେ ନିମନ୍ତ୍ରଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ ।’ ଭାଷଣ ଦେବା ସମୟରେ ଜଣେ ଫ୍ୟାନ୍ ଶାହରୁଖଙ୍କୁ ଆଇ ଲଭ୍ ୟୁ କହିଥିଲେ । ଏହାର ପ୍ରତିଉତ୍ତରରେ ଶାହରୁଖ କହିଥିଲେ- ଆଇ ଲଭ୍ ୟୁ ଟୁ, ସିରିୟସ୍ ସ୍ପିଚ୍ ପରେ ସବୁ ଡ୍ରାମା ଜାରି ରହିବା ଉଚିତ । ଏହା ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ, ସମସ୍ତଙ୍କୁ ଇଣ୍ଟେଲେକ୍‌ଚୁଆଲ ହେବାର ଆବଶ୍ୟକ, ଠିକ୍ ଅଛି ?’ ଶେଷରେ ସେ ଭାତର ତରଫରୁ ସମସ୍ତଙ୍କୁ ନମସ୍କାର ଏବଂ ଧନ୍ୟବାଦ କହିଥିଲେ ।

Get real time updates directly on you device, subscribe now.