fbpx

(Video) ବିରାଟ କୋହଲିଙ୍କ ଘୋଷଣା! ଅନେକ ଲୋକଙ୍କୁ ମିଳିବ ନିଯୁକ୍ତି, ପୋଷ୍ଟ ଶେୟାର କରି ସୂଚନା ଦେଲେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୋଇଥାଏ । ଇନଷ୍ଟାଗ୍ରାମରେ ବିରାଟ ବେଶ୍ ସକ୍ରିୟ ରହିବା ସହ ତାଙ୍କର ଗୋଟିଏ ପୋଷ୍ଟକୁ ଲକ୍ଷ ଲକ୍ଷ ଫ୍ୟାନ୍ସ ଲାଇକ୍ କରିଥାନ୍ତି । ତେବେ ଏହା ମଧ୍ୟରେ ବିରାଟ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବଡ଼ ଘୋଷଣା କରିଛନ୍ତି । ଉକ୍ତ ଭିଡିଓ ଦେଖିବା ପରେ ଏବେ ସମସ୍ତଙ୍କ ମନ ଖୁସିରେ ଝୁମି ଉଠିଛି । ପ୍ରକୃତ କଥା ହେଉଛି ବିରାଟଙ୍କ ଦ୍ୱାରା ଅନେକ ଲୋକ ଉପକୃତ ହେବାକୁ ଯାଉଛନ୍ତି । ବିରାଟ ଅନେକ ଲୋକଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି ।

ଶ୍ରୀଲଙ୍କା ଗସ୍ତ ସମାପ୍ତ ହେବା ପରେ ଟିମ୍ ଇଣ୍ଡିଆର ଏକ ଲମ୍ବା ବ୍ରେକ୍ ରହିଛି । ଆଗାମୀ ସିରିଜ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ତେଣୁ ଏଭଳି ଖାଲି ସମୟରେ ବିରାଟ ପଞ୍ଜାବର ଲୋକଙ୍କୁ ଏକ ଖାସ୍ ଉପହାର ଦେବାକୁ ଯାଉଛନ୍ତି । ପ୍ରକୃତ କଥା ହେଉଛି, ବିରାଟ ତାଙ୍କର ରେଷ୍ଟୁରାଷ୍ଟ ବିଜିନେସକୁ ବିସ୍ତାର କରିବାକୁ ଯାଉଛନ୍ତି । ସେ ତାଙ୍କର ଏକ ନୂଆ ଆଉଲଲେଟ୍ ପଞ୍ଜାବରେ ଖୋଲିଛନ୍ତି । ବିରାଟଙ୍କ ଏହି ପଦକ୍ଷେପ ଫଳରେ ଅନେକ ଲୋକ ତାଙ୍କର ରେଷ୍ଟୁରାଷ୍ଟରେ ନିଯୁକ୍ତି ପାଇବେ । ଏନେଇ ବିରାଟ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଜାରି କରି ସୂଚନା ଦେଇଛନ୍ତି ।

ପଞ୍ଜାବର ମୋହାଲିରେ ଖୋଲିଥିବା ୱାନ୮ କମ୍ୟୁନର ନୂଆ ଆଉଟଲେଟର ଭିଡିଓ ବିରାଟ ଶେୟାର କରିଛନ୍ତି । ଏହି ଅବସରରେ ନିଜର ଫ୍ୟାନ୍ସଙ୍କୁ ବିରାଟ ‘କଣ ଆପଣମାନେ ଏଥିପାଇଁ ପ୍ରସ୍ତୁତ କି’ ବୋଲି ପ୍ରଶ୍ନ କରିଛନ୍ତି । ଏହା ହେଉଛି ବିରାଟଙ୍କର ୱାନ୮ କମ୍ୟୁନର ୧୦ତମ ଆଉଟଲେଟ । ପୂର୍ବରୁ ବିରାଟ ଗୁରୁଗ୍ରାମ, ପୁଣେ, ଦିଲ୍ଲୀ, କୋଲକତା, ବେଙ୍ଗାଲୁରୁ ଆଦି ସହରରେ ନିଜର ରେଷ୍ଟୁରାଷ୍ଟର ଆଉଟଲେଟ୍ ଖୋଲିସାରିଛନ୍ତି । ଏଠରେ କହିବାର କଥା ହେଲା, ୱାନ୮ କମ୍ୟୁନ କେବଳ ଖାଇବ, ପିଇବାର ସ୍ଥାନ ନୁହେଁ, ତାହା ଏପରି ଏକ ସ୍ଥାନ ଯେଉଁଠି ବସି ଲୋକମାନେ ନିଜ ହୃଦୟ ଭାବନାକୁ ଶେୟାର କରିପାରିବେ । ଏଥିସହିତ ନୂଆ ବନ୍ଧୁ ସୃଷ୍ଟି କରିପାରିବେ ।

 

View this post on Instagram

 

A post shared by Virat Kohli (@virat.kohli)

Get real time updates directly on you device, subscribe now.