fbpx

ପୋଲିସ ପଞ୍ଝାରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ, ଅନ୍ତଃ ଜିଲ୍ଲା ଲୁଟ୍ ସହ ଥିଲେ ଜଡ଼ିତ

କାମାକ୍ଷାନଗର: ଢ଼େଙ୍କାନାଳ ପୋଲିସକୁ ମିଳିଛି ବଡ଼ ସଫଳତା । ଧରାପଡ଼ିଲେ ୬ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ଅନ୍ତଃଜିଲ୍ଲା ଲୁଟରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଜଣାପଡ଼ିଛି । ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ପୋଲିସ ସେମାନଙ୍କ ଠାରୁ ବହୁ ପରିମାଣର ଇଲେକ୍ଟ୍ରୋନିକ ସାମଗ୍ରୀ ଜବତ କରିଥିବା ଢ଼େଙ୍କାନାଳ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଢ଼େଙ୍କାନାଳ ଓ ଅନୁଗୁଳରେ ଏହି ୬ ଜଣିଆ ଗ୍ୟାଙ୍ଗ ଲୁଟପାଟ୍ ଚଲାଉଥିଲେ । ସେମାନଙ୍କ ନାଁରେ ଏକାଧିକ ପୋଲିସ ଷ୍ଟେସନରେ ୬୪ଟି ମାମଲା ରହିଥିବା ଜଣାପଡ଼ିଛି । ପୋଲିସ ସେମାନଙ୍କ ନିକଟରୁ ବାଇକ୍‌, ସ୍କୁଟି, ଲାପଟପ୍ଳ, ମୋବାଇଲ, କମ୍ପୁଟର ପ୍ରିଣ୍ଟର, ଖାଦ୍ୟ ସାମଗ୍ରୀ ଜବତ କରିଛି । ପଂଚାୟତ ଅଫିସ ସହ ବିଭିନ୍ନ ସ୍କୁଲକୁ ଏହି ଗ୍ୟାଙ୍ଗ ଟାର୍ଗେଟ କରୁଥିବା ପ୍ରକାଶ ।

Get real time updates directly on you device, subscribe now.