fbpx

(video): ଟିମ ଇଣ୍ଡିଆର ପୂର୍ବତନ କୋଚ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଖେଳିଲେ କ୍ରିକେଟ, ଦି ୱାଲଙ୍କ ଗଜବ ଅନ୍ଦାଜ, ଦେଖନ୍ତୁ ଭିଡିଓ…

ଓଡିଶା ଭାସ୍କର: ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଦଳ ନିକଟରେ ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ଜିତି ଇତିହାସ ରଚିଛି । ରାହୁଲ ମଧ୍ୟ ଭାରତୀୟ କ୍ରିକେଟ ଦଳର ଆଉ କୋଚ ନାହାନ୍ତି । ତାଙ୍କ ନାମ ଆଗରେ ପୂର୍ବତନ ମଧ୍ୟ ଲାଗି ସାରିଛି । ଏବେ ରାହୁଲ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଅଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ରାହୁଲଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓରେ ରାହୁଲ ଜାତୀୟ କ୍ରିକେଟ ଏକାଡେମୀରେ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ କ୍ରିକେଟର ମଜା ନେଉଛନ୍ତି । ପୂର୍ବତନ ଭାରତୀୟ କୋଚ ବ୍ୟାଟିଂ ସହ ବୋଲିଂ ମଧ୍ୟ କରୁଛନ୍ତି । ‘ଦି ୱାଲ’ କୁହାଯାଉଥିବା ରାହୁଲ ଦ୍ରାବିଡ ଜିନ୍ସ ଓ ଟି-ସାର୍ଟରେ ନଜର ଆସୁଛନ୍ତି । ଏହି ଭିଡିଓରେ ରାହୁଲଙ୍କୁ ତାଙ୍କର ଅନେକ ଫ୍ୟାନ୍ସଙ୍କ ସହ ଦେଖିବାକୁ ମିଳୁଛି । ଏବେ ରାହୁଲଙ୍କ ଏହି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ୟୁଜର୍ସ ଭିଡିଓରେ ଅନେକ ପ୍ରତିକ୍ରିୟା ରଖିଛନ୍ତି ।

ପ୍ରକାଶଥାଉ ଯେ, ବର୍ତ୍ତମାନ ରାହୁଲ ଆଇପିଏଲ ଟିମ ସହ ଯୋଡି ହେବାର ମଧ୍ୟ ଚର୍ଚ୍ଚା ହେଉଛି । ସେ ଆଇପିଏଲରେ କୌଣସି ଦଳର କୋଚର ଭୂମିକା ତୁଲାଇ ପାରନ୍ତି । କୁହାଯାଉଛି ସେ ଆଇପିଏଲରେ ରାଜସ୍ଥାନ ଦଳର କୋଚିଂ ଦାୟିତ୍ୱ ତୁଲାଇ ପାରନ୍ତି ।

Get real time updates directly on you device, subscribe now.