fbpx

ମନ୍ନତା ରଚିଲେ ଇତିହାସ, ଆକ୍ୱାଟିକରେ ଓଡିଶାକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ, ଝୁମିଲା ଓଡିଶା

ଓଡିଶା ଭାସ୍କର: ଶୀର୍ଷ ଓଡିଶା ସ୍ୱିମର ମନ୍ନତା ମିଶ୍ର କଳିଙ୍ଗ ଷ୍ଟାଡିୟମସ୍ଥିତ ଆକ୍ୱାଟିକ ସେଣ୍ଟରରେ ଆୟୋଜିତ ହୋଇଥିବା ଜାତୀୟ ଆକ୍ୱାଟିକ ଚାମ୍ପିୟନସିପରେ ଇତିହାସ ରଚିଛନ୍ତି । ୫୯ ତମ ରାଷ୍ଟ୍ରୀୟ ଜୁନିଅର ଆକ୍ୱାଟିକ ଚାମ୍ପିୟନସିପରେ ସେ ଚମକିଛନ୍ତି । ପ୍ରତିଯୋଗିତାର ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ ଇଭେଣ୍ଟରେ ସେ ଓଡିଶା ପାଇଁ ପ୍ରଥମଥର ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ଲେଖିଛନ୍ତି ।

ଓଡିଶା ଆଇଆଇଏସ ସ୍ୱିମିଂ ସେଣ୍ଟର ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ପ୍ରଶିକ୍ଷିତ ମନ୍ନତା ଏହା ପୂର୍ବରୁ ଏହି ଚାମ୍ପିୟନସିପରେ କାଂସ୍ୟ ଜିତିଥିଲେ । ଏହା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ ଇଭେଣ୍ଟରେ ତାଙ୍କୁ ମିଳିଥିଲା । ମନ୍ନତା ଅନେକ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ପଦକ ଜିତିଛନ୍ତି । ଚଳିତବର୍ଷ ତାଙ୍କ ଖେଳ ଜୀବନରେ ସେ ସଫଳତାର ଶୀର୍ଷ ଛୁଇଁଛନ୍ତି । ନୂଆଦିଲ୍ଲୀରେ ପ୍ରଥମଥର ଆୟୋଜିତ ହୋଇଥିବା ବିମ୍ବଟେକ ଆକ୍ୱାଟିକ ଚାମ୍ପିୟନସିପ ୨୦୨୪ ରେ ସେ ପଦକ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ । ସେ ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ ଇଭେଣ୍ଟରେ ରଜତ ପଦକ କରାୟତ୍ତ କରିଥିଲେ । ମନ୍ନତାଙ୍କ ଏହି ବିଜୟ ପାଇଁ ତାଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଓଡିଶା ସ୍ୱର୍ଣ୍ଣ ଜିତିଥିବାରୁ ଏହି ସୁନାଝିଅକୁ ନେଇ ଓଡିଶା ଏବେ ଅଲିମ୍ପିକ୍ସ ସ୍ୱପ୍ନ ମଧ୍ୟ ଦେଖୁଛି ।

Get real time updates directly on you device, subscribe now.